ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ପାପଡାହାଣ୍ଡି,03/12, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ଠାରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି | ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢ଼ୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଏବିଇଓ ବାଲକ ଦାସ ରନ୍ଧାରୀ, ଏବିଇଓ ପୁର୍ଣଚନ୍ଦ୍ର ମାଝୀ, ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ. ଜନାର୍ଦନ ରାଓ. ପୂର୍ବତନ ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଢ଼ୀ, ସୁବାଷ ଘଣ୍ଟ, ସୁବାଷ ଚର୍ଚ୍ଚି ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏହି ଅବସରରେ ରେ ମୁଖ୍ୟ ଅତିଥି ଆନ୍ତର୍ଜାତିକ ଭିନ୍ନକ୍ଷମ ର ଶୁଭେଚ୍ଛା ଜଣେଇବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀ କୁ ମୁଖ୍ୟସ୍ରୋତ ରେ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି | ଭିନ୍ନକ୍ଷମ କୌଣସି କ୍ଷେତ୍ରରେ କମ ନୁହନ୍ତି ବୋଲି ଅତିଥି ମାନେ କହିଥିଲେ | ଛାତ୍ରଛାତ୍ରୀ ପାଇଁ ଅନେକ ଯୋଜନା ରହିଛି ଏହି ଅବସର ପାପଡାହାଣ୍ଡି ବ୍ଲକ ର ଅନେକ ବିଦ୍ୟାଳୟ ର 150 ରୁ ଉର୍ଦ୍ଧ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗ ଦେଇ କନିଷ୍ଠ ଓ ବରିଷ୍ଠ ବର୍ଗରେ ସଂଗୀତ, ନୃତ୍ୟ, ପ୍ରବନ୍ଧ, ଚିତ୍ରାଙ୍କନ, ମ୍ୟୁଜିକ ଚୈର ଆଦି ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ | ସଂଗୀତ କ୍ଷୀରୋମୋଣି ଗୌଡ଼,ମ୍ୟୁଜିକାଳ ଚୈର ଲକ୍ଷ୍ମଣ ମାଝୀ,ନୃତ୍ୟ ସମୀର ହରିଜନ,ପ୍ରବନ୍ଧ କଳ୍ପନା ବିଷୋୟୀ, ଚିତ୍ରାଙ୍କନ ସମୀର ଭତରା କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଦଳେଇଗୁଡା ସେବାଶ୍ରମ ର ବିଦ୍ୟାଳୟ ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ | ଏହି କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ଲଖନ ମାଝୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସିଆରସିସି ମନୋଜ କୁମାର ମାଝୀ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ସମସ୍ତ ସିଆରସି ସହ ପ୍ରଶାନ୍ତ ପଣ୍ଡା, ଦୀପ୍ତି ଷଡ଼ଙ୍ଗୀ, ଅନୁପମା ମହାନ୍ତି, ଜଗଦିଶ ସାମଲ, ସସ୍ମିତା ମଲ୍ଲିକ, ପ୍ରମୁଖ ସହଯୋଗ କରିଥିଲେ |

ନିଆଁ ଲାଗି ହୋଟେଲ ପୋଡି ନଷ୍ଟ

ପାପଡାହାଣ୍ଡି,3/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ ବିଳମ୍ବିତ ରାତ୍ରରେ ନିଆଁ ଲାଗି ଏକ ହୋଟେଲ ସମ୍ପୂର୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି | ହୋଟେଲଟି ଗ୍ରାମର ବାବୁଲା ସିଂଙ୍କର ବୋଲି ଜଣାପଡିଛି | ବିଳମ୍ବିତ ରାତ୍ରରେ ହୋଟେଲ ରେ ନିଆଁ ଲାଗି ନିକଟରେ ଥିବା ଗ୍ୟାସ ହାଣ୍ଡି ଫାଟିଯାଇଥିଲା | ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଥିଲା | ତେବେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଜଣାପଡିଛି | ନିଆଁ ଯୋଗୁଁ ହୋଟେଲର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ତମାଖୁ ସେବନ କରିବା ବର୍ଜନ

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

Sunil Chandra Nayak

Leave a Comment

error: Content is protected !!