ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାର୍ଡ ସଭ୍ୟରେ ପ୍ରତିଦ୍ବନ୍ଦିତା କରୁଥିବା ମହେନ୍ଦ୍ର ସୁନାନୀ ଙ୍କ ଆଜି ପରଲୋକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ର 26 ଗୋଟି ଗ୍ରାମ ପଂଚାୟତ ରେ ଚଳିତ ତ୍ରିସ୍ତରୀୟ ପଂଚାୟତ ର ତୃତୀୟ ପର୍ଯ୍ୟାୟ ଭୋଟ ଦାନ ଗତ ଫେବୃୟାରୀ 20 ତାରିଖ ଦିନ ଶେଷ ହୋଇ ସ ରିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗ୍ରାମର ୱାର୍ଡ ମେମ୍ବର ପଦବୀ ପାଇଁ ଚୈତନ୍ୟ ତାଣ୍ଡି, ମହେନ୍ଦ୍ର ସୁନାନୀ ଓ ସୁବାଷ ସୁନାନୀ 3 ଜଣ ପ୍ରାଥି ପ୍ରତିଦ୍ବନ୍ଦିତା କରୁଥିଲେ । ହେଲେ ଆଜି ମହେନ୍ଦ୍ର ସୁନାନୀ (30) ଙ୍କ ବୁର୍ଲା ହସ୍ପିଟାଲ ରେ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟ ହୋଇଯାଇଛି । ସୂଚନା ଥାଉକି ଗତ 28 ଜାନୁୟାରୀ ରେ ତାଙ୍କ ଗୋଡ ରେ ଏକ ବାଉଁଶ ଖୁଟି ପସିଯାଇଥିଲା । ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ମହେନ୍ଦ୍ର ସୁନାନୀ ଙ୍କ ପରଲୋକ ହୋଇଯାଇଛି । ଭୋଟ ସାରି ଯାଇ ଥିବାରୁ ପ୍ରାଥି ଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କାଉଣ୍ଟିଙ୍ଗ ହେବ ଓ ସେ ଜଦି ଜିତନ୍ତି ତେବେ ଆଉଥରେ ଭୋଟ ହେବ ବୋଲି ଖଡ଼ିଆଳ ବିଡିଓ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

କେସିଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

Sunil Chandra Nayak

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

Leave a Comment

error: Content is protected !!