ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି , ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର, ଉପାଧ୍ୟକ୍ଷା ଦିପା ସାହୁ ଙ୍କ ସମେତ କନ୍ତୋଲ ସମିତି ସଭ୍ୟକାର୍ତ୍ତିକ ସାହୁ, ବିରାଶାଳ ର ରମେଶ ଚନ୍ଦ୍ର ମିଶ୍ର , ବି.ଆର୍.ସି.ସି. ଅଦୈତ କୁମାର୍ ସାମଲ, ଏ.ବି. ଓ. ପ୍ରଦୀପ କୁମାର ଦାସ ଯୋଗଦେଇଥିଲେ। ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ କୌଣସି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେମାନେ ଙ୍କୁ କେବେ ଅବହେଳା ନ କରି ସେମାନଙ୍କୁ ଦେବଅଂଶୀ ଭାବି ସେମାନଙ୍କୁ ଆଗକୁ ବଢିବା ପାଇଁ ଶିକ୍ଷା ,ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ। କଣ୍ଟାପାଳ ଆର୍.ସି.ୟୁ.ପି ବ୍ଲକ ସ୍ତରୀୟ ଭିନ୍ନ କ୍ଷମ ଛାତ୍ରଛାତ୍ରୀ ଙ୍କୁ ନେଇ ୨୯.୧୧.୨୦୨୨ ତାରିଖରେ ବିଭିନ୍ନ ପ୍ରକାର ଖେଳ ,ଗୀତ,ନାଚରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ବରୁପ କମଳ,ହୁଇଲଚେୟାର ସହିତ ଟିଫିନ୍ ବକ୍ସ, ମାନପତ୍ର ଦିଆଯାଇଥିଲା। କଙ୍କଡ଼ାହାଡ଼ ବ୍ଲକ ର ୨୧ଗୋଟି ପଞ୍ଚାୟତ ରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସହିତ ଅଭିଭାବକ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଦିଲିପ୍ କୁମାର୍ ମାଝୀ,ସଂଜୋଜନା କରିଥିଲେ l ତତ୍ ସହ ବି.ଆର୍.ଟି ହେମନ୍ତ କୁମାର ପ୍ରଧାନ , ପରେଶ ରାଉତ,ସମସ୍ତ ଆଇ. ଇ.ଭି ଓ ପ୍ରମୁଖ ସି.ଆର୍.ସି.ସି ସହଯୋଗ କରିଥିଲେ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଆଇନଜିବୀ ଶଙ୍କର୍ଷଣ ପଣ୍ଡାଙ୍କ ବାଇକ ଚୋରୀ

Sunil Chandra Nayak

ସରପଞ୍ଚ ହେବ ତ ଏମିତି… 

Sunil Chandra Nayak

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!