ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି – ୦୪/୧୨/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ସଭାପତି କ୍ଷେତ୍ରମୋହନ ବିଶୋଇ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବି ଇ ଓ ସମରେନ୍ଦ୍ର ଭୌମିକ ,ସମ୍ମାନିତ ଅତିଥି ଭାବେ ଏ ବି ଇ ମୋହନ ମଧୁସୂଦନ ବାଘ ,ଓ ହେଲେର ଇସବେଲ ସୁନା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏ ବି ଇ ଓ ରମେଶ ଟାକ୍ରୀ ଯୋଗ ଦେଇଥିଲେ।ଏହି ଅଵସର ରେ ଅଵସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେମାନେ ନିଜ ବକ୍ତବ୍ୟରେ ନିଜର ଅନୁଭୁତି ବଖଣିବା ସହ ସୁଚିନ୍ତିତ ପରାମର୍ଶ ଓ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ଶିକ୍ଷକ ଉତ୍ତମ ସମାଜ ଗଠନରେ ଥିବା ଗୁରୁ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ। ସମ୍ପାଦକ ପ୍ରଦୀପ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ସଂଯୁକ୍ତା ଦେଇ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଝୁନିମା ହୋତା,ସୁବାସ ଚନ୍ଦ୍ର ବିଶୋଇ ,ଗୋପୀନାଥ ଜାନୀ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖିଥିଲେ। ଗୋପୀନାଥ ମହାନ୍ତି ବୃନ୍ଦାବନ ପଟ୍ଟନାୟକ ହର୍ଷମଣି ପାତ୍ର, ଚନ୍ଦ୍ରକାନ୍ତି ତ୍ରିପାଠୀ,ହେମନ୍ତ ଉପସି,ସୁଶୀଳା ରଥ,ପଦ୍ମ ଚରଣ ବିଶୋଇ,କିଶୋର ପ୍ରଧାନୀ,ସରତ ଚନ୍ଦ୍ର ଶାନ୍ତି,ସଦାଶିବ ଆଚାର୍ଯ୍ୟ, ସୌଦାମିନୀ ମହାଙ୍କୁଡ ପ୍ରମୁଖ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୀଳ ପଦ୍ମ ର ନକ୍ସା

Leave a Comment

error: Content is protected !!