ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡକୁଳ ଠାରୁ ଫରଙ୍ଗ ଶୋଚନୀୟ ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବୀ

ଟେମରି (ମ ନି ସ):-ଗୋଲାମୁଣ୍ଡା ଅନ୍ତର୍ଗତ ପଣ୍ଡକୁଳ ଠାରୁ ଫରଙ୍ଗକୁ କୁମ୍ଭାରୀ ମଧ୍ୟ ଦେଇ ଲମ୍ବି ଥିବା ମୁଖ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ି ରହିଛି । ଏହି ରାସ୍ତା ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଫରଙ୍ଗ ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଅନ୍ୟ କାର୍ଯ୍ୟ କ୍ଷେତ୍ରରେ ଯାତାୟତରେ ପ୍ରତିବନ୍ଧକ ସାଜିଛି ଶୋଚନୀୟ ରାସ୍ତା । କୁମ୍ଭାରୀ ଗ୍ରାମର ଉଚ୍ଚ ବିଦ୍ୟାଳୟ ନଥିବା ହେତୁ ଫରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଅଧ୍ୟୟନ ପାଇଁ ଯାଉଥିବା ଛାତ୍ର ଛାତ୍ରୀଙ୍କ ଦୁର୍ଘଟଣା ଗ୍ରସ୍ତ ହେବା ସ୍ଵାଭାବିକ ହୋଇ ଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଉଠାନ ପାଇଁ ଯାଉଥିବା ଏହି ଅଞ୍ଚଳର ବୃଦ୍ଧବୃଦ୍ଧାଙ୍କୁ ଯିବା ଆସିବା କରୁଥିବା ମୂଖ୍ୟ ସମସ୍ୟା ପାଲଟିଛି । ଏହି ରାସ୍ତା ଖରାପ ଥିବା ହେତୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ରାସ୍ତାର ମରାମତି ପାଇଁ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି l ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ବ୍ୟବସ୍ଥା କରାଯାଉ ବୋଲି ଜନ ସାଧାରଣରେ ଦାବି ହେଉଛି।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

କୋକସରା ବ୍ଲକ ଡିବିଟି ମାଧ୍ୟମରେ ଆଜିଠୁ ଭତ୍ତା ପ୍ରଦାନ

Leave a Comment

error: Content is protected !!