ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧୁତ୍ବ ଇଜି ବଲ ମ୍ୟାଚ ଅନୁଷ୍ଠିତ

ରାଉରକେଲା/ ବାସନ୍ତୀ ପାଠାଗାରର କ୍ରୀଡା ସମ୍ପାଦକଙ୍କ ଆବାହକତ୍ତ୍ୱରେ ଏକ ବନ୍ଧୁତ୍ବ ଇଜି ବଲ ମ୍ୟାଚ ଡିଏଭି ପଲଟେକନିକ ଖେଳ ପଡିଆରେ ଅନୁଷ୍ଠିତ ହେଇଯାଇଛି । ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଙ୍ଘ, ଗୋପବନ୍ଧୁ ପାଠାଗାର ବରିଷ୍ଟ ନାଗରିକ ଖେଳାଳି ମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନାରାୟଣ ଖଣ୍ଡେଲୱାଲ ନେତୃତ୍ଵାଧିନ ଦଳ ପ୍ରସନ୍ନ ସାବତ ନେତୃତ୍ୱାଧିନ ଦଳକୁ ୨୬୪ – ୨୪୮ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ପ୍ରତିଯୋଗିତାରେ ପଫେସର ଗିରିଜା ଶଙ୍କର ଗୋସ୍ବାମୀ ମୁଖ୍ୟ ଅତିଥି ଏବଂ ପ୍ରଫେସର ଜେ କେ ରାଓ ବରିଷ୍ଠ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ ବରିଷ୍ଠ ନାଗରିକ ମାନଙ୍କ ଏଇଭଳି ପ୍ରତିଯୋଗିତା ସେମାନଙ୍କ ସ୍ୱାସ୍ଥ୍ୟ ତଥା ନିବିଡ଼ ବନ୍ଧୁତା ସ୍ଥାପନା ପାଇଁ ଉପଯୋଗୀ ହେବ । ସେଥିପାଇଁ ଇଜି ବଲ ଖେଳର ସଂଯୋଜକ ଗଦାଧର ରଥଙ୍କୁ ଧନ୍ୟବାଦ ଦେଇଥିଲେ । କ୍ରୀଡ଼ାବିତ ଅରବିନ୍ଦ ପାତ୍ର ଏବଂ ଗଦାଧର ରଥ ଖେଳ ପରିଚାଳନା କରଥିଲେ । ଅଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ମିଶ୍ର, ବସନ୍ତ ମହାରଣା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସୁମନ୍ତ ପତି, ଦିଗାମ୍ବର ପାଢ଼ୀ, ବିଭୁଦତ୍ତ ବେହେରା, ଅନିଲ କୁମାର ଦାସ, ବିଜୟ କୁମାର ସାହୁ, ଶରତ ଚନ୍ଦ୍ର ରାଉତ,ବରୁଣ ନାହାକ, ବିଶ୍ୱନାଥ ଜେନା, ହରିହର ନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ ଇତ୍ୟାଦି ଖେଳରେ ଅଂଶଗ୍ରହଣ କରିଥିଲେ । ରାଧାମୋହନ ନାୟକ, କୈଳାଶ ସାମଲ, ମୁରାରୀ ପ୍ରଧାନ, ସୁରଜ ପାତ୍ର ଏବଂ କୁଳମଣି ଦାସ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ଶିବିର :୧୨୧ ଜଣଙ୍କୁ ମିଳିଲା ପ୍ରମାଣପତ୍ର

Sunil Chandra Nayak

ମାମି ପାତ୍ର ଙ୍କ ଗଳ୍ପ ଅକୁହା କଥା

Sunil Chandra Nayak

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

Sunil Chandra Nayak

Leave a Comment

error: Content is protected !!