ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ ଫୁଟବଲ ର ଫାଇନାଲ ରେ ନବରଙ୍ଗପୁର ପୌରପାଳିକା ଦଳ

ନବରଙ୍ଗପୁର–(ମସିହା)ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସେମି ଫାଇନାଲରେ ନବରଙ୍ଗପୁର ପୌରପାଳିକା ଦଳ ସହ ନବରଙ୍ଗପୁର ବ୍ଲକ ଦଳ ମଧ୍ୟରେ ଏକ ସଂଘର୍ଷ ପୁର୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି। ଖେଳର ଅନ୍ତିମ କ୍ଷଣରେ ପୌରପାଳିକା ଦଳ ବ୍ଲକ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି।ଫାଇନାଲରେ ରାଇଘର ଦଳକୁ ଭେଟିବ। ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା କ୍ରୀଡ଼ା ସଙ୍ଘର ଉପ ସଭାପତି ଏମ. ଵାଲା କୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ପରିଚାଳନା ରେ ମନୋରଂଜନ ପ୍ରହରାଜ, ଜେଡ. ହୁସେନ, ଫିରୋଜ ଗାନ୍ଧୀ, ଏସ. କେ. ସମୀର, ମନୋଜ ପୂଜାରୀ, ସାଧୁ ସୁମୀ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଶୋଇ ଥାନା ! ଦନ୍ତା ଆକ୍ରମଣରେ ବୃଦ୍ଧ ଚାଷୀ ମୃତ 

Sunil Chandra Nayak

ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ: ଝାରମୁଣ୍ଡା ଦଳ ବିଜେତା–ଭାଟିକୋଟ୍ ଦଳ ଉପ-ବିଜେତା

Sunil Chandra Nayak

Leave a Comment

error: Content is protected !!