ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ ଫୁଟବଲ ର ଫାଇନାଲ ରେ ନବରଙ୍ଗପୁର ପୌରପାଳିକା ଦଳ

ନବରଙ୍ଗପୁର–(ମସିହା)ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସେମି ଫାଇନାଲରେ ନବରଙ୍ଗପୁର ପୌରପାଳିକା ଦଳ ସହ ନବରଙ୍ଗପୁର ବ୍ଲକ ଦଳ ମଧ୍ୟରେ ଏକ ସଂଘର୍ଷ ପୁର୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି। ଖେଳର ଅନ୍ତିମ କ୍ଷଣରେ ପୌରପାଳିକା ଦଳ ବ୍ଲକ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି।ଫାଇନାଲରେ ରାଇଘର ଦଳକୁ ଭେଟିବ। ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା କ୍ରୀଡ଼ା ସଙ୍ଘର ଉପ ସଭାପତି ଏମ. ଵାଲା କୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ପରିଚାଳନା ରେ ମନୋରଂଜନ ପ୍ରହରାଜ, ଜେଡ. ହୁସେନ, ଫିରୋଜ ଗାନ୍ଧୀ, ଏସ. କେ. ସମୀର, ମନୋଜ ପୂଜାରୀ, ସାଧୁ ସୁମୀ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ ଅନୁଷ୍ଠିତ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ମୋ ଭାଷାର ସମୃଦ୍ଧି

Sunil Chandra Nayak

Leave a Comment

error: Content is protected !!