ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

ବୁଆ ଗୋ ରାଜନିତିର ଲୀଲା

         ଶ୍ରୀ ଭ୍ରମର ବାଗ

ବୁଆ ଗୋ ରାଜନିତିର ଲୀଲା
ରାମ ଲୀଲା ନୁ ଜିତି ଗଲା
କୁଷ୍ଟ ଲୀଲା ନୁ ଟପି ଗଲା
ନିତିର ଭିତ୍ରେ ରାଜ ନିତି
ନିତିହିନ୍ ରାଜନିତି ହେଲା…
ବୁଆ ଗୋ ରାଜ ନିତିର ଲୀଲା !1!
ଭୋଟର ବେଲେ ଯାକେ ବଲସନ ବୁଆ
ଜିତି ଗଲେ ତାକେ ଭାବସାନ ଛୁଆ
ମୋର ନୁ ଆର କେ ନାହିଁ ଭାବି
ଲୋକର ସେବକ ସାଆନ୍ତ ହେଲା
ବୁଆ ଗୋ ରାଜନିତିର ଲୀଲା !2!
ଉପ୍ରେ ଉପ୍ରେ କୋକା ପୁତ୍ରା
ଭିତ୍ରେ ଭିତ୍ରେ ସଳା ସୁତ୍ରା
ଧନ ଅର୍ଜି ପନ ବନ୍ଧା ନେ..
ଦେସ ହେଇ ଯଉଛେ ଖୋକଲା
ବୁଆ ଗୋ ରାଜନିତିର ଲୀଲା !3!
ରଜାର ପିଲା ରଜା ହେଲା
ପର୍ଜା ପିଲା ପର୍ଜା ରହେଲା
ଲୋକ ସାସନ ନେ ସଭେ ସମାନ
ଧନି ଗରିବ କେନ୍ତା ରହେଲା…
ବୁଆ ଗୋ ରଜନିତିର ଲୀଲା !4!
ବୁଆ କେ ସାଠେ ନି କାଟେ କଥା
ପୋ କେ ମିଲୁଛେ ବୁଢ଼ା ଭତା
ସେ ସେ ବାଟେ ଛତର ଟେକା…
ଯେନ ଯେନ ବାଟ ପାନି ମାର୍ଲା
ବୁଆ ଗୋ ରାଜନିତିର ଲୀଲା !5
ତେଲିର ମୁଡ଼େ ତେଲ ଢଲା
ଗରିବ ସବୁବେଲେ ସଲା
ବସି ରହିକରି ତେର ତାକର…
ଧାଇଁ ଧୁପି ଆମର ବାର ହେଲା
ବୁଆ ଗୋ ରାଜନିତିର ଲୀଲା !6!
ଦେବତା ଗିଲି ଯେନ ପିରା ଗିଲଲା
ଗୁଡ଼ି ଗିଲି ଯେନ ଝଣ୍ଡା ଗିଲଲା 
ଦେସର ସେବା ସେ କେନ୍ତା କରବା…
ଲୋଭ ଲାଲସା ଯାର ରହେଲା
ବୁଆ ଗୋ ରାଜନିତିର ଲୀଲା !7!

ଗାଁ – କୋଦୋବେଡ଼ା, ସିନାପାଲି,

ଜିଲ୍ଲା – ନୂଆପଡ଼ା

Related posts

ରତିନାରାୟଣ ରାଉତ  ଙ୍କ କବିତା ଦୁହିତା

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ର ଦଶମ ମହାସଭା

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

Sunil Chandra Nayak

Leave a Comment

error: Content is protected !!