ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧବା ଭତ୍ତାରୁ ବଞ୍ଚିତ

 ବାଲିଆପାଳ, ଲଙ୍ଗଳେଶ୍ଵର 6/12/22 ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରୀବ କଲ୍ୟାଣ ନିମନ୍ତେ ବିବିଧ ଯୋଯନା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ଗରୀବ କଲ୍ୟାଣ ଯୋଜନାରେ ଗରୀବ ମାନେ ଉପକୃତ ହେଉଛନ୍ତି ତ ? ତେବେ ଜଣେ ଯୋଗ୍ୟ ବିଧବା ମହିଳା ଦୀର୍ଘ ଚାରିବର୍ଷ ପରେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ସରକାରଙ୍କ ଯୋଯନା ଦୀଗହରା ବୋଲି ମନେହୁଏ।ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ବାଲିକୁଟୀ ଗ୍ରାମର ସ୍ବର୍ଗତ ବଳରାମ ପାତ୍ରଙ୍କ ବିଧବା ପତ୍ନୀ ଜୟନ୍ତୀ ପାତ୍ର । ୨୦୧୯ ମସିହାରେ ସ୍ବାମୀ ବଳରାମପାତ୍ର ଙ୍କ ମୃତ୍ୟୁ ପରେ ଦୀର୍ଘ ଚାରିବର୍ଷ ବିତିବାକୁ ବସିଥିବା ବେଳେ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ବିଧବା ମାଉସୀ ଜୟନ୍ତୀ ଏହି ଚାରି ବର୍ଷ ମଧ୍ୟରେ ପଞ୍ଚାୟତର ବିଭିନ୍ନ ନୀର୍ବାଚିତ ଜନପ୍ରତିନିଧି, ସରପଞ୍ଚ, ଓ୍ବାର୍ଡମେମ୍ବର ତଥା ନେତୃ ସ୍ଥାନୀୟ ଲୋକଙ୍କୁ ଗୁହାରୀ କରିଥିଲେ ମଧ୍ୟ କିଛିବି ସୁଫଳ ମିଳିନଥିବା ଜୟନ୍ତୀ ମାଉସୀ ପ୍ରକାଶ କରିଛନ୍ତି ।ତେବେ ମାଉସୀ ଙ୍କର କେହି ସାହା ଭରଷା ନଥିବା ବେଳେ ଏକମାତ୍ର ପୁଅ ଥିବା ବେଳେ ସେ ମଧ୍ୟ ମାନସିକ ବିକୃତ ଅଟନ୍ତି। ତେବେ ସରକାରଙ୍କ ଯୋଯନା କହିଲେ ରାସନ୍ ଚାଉଳ ପାଉଥିବା ବେଳେ କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ପରିବା ପତ୍ର କିମ୍ବା ଔଷଧ କିଣି ଖାଇବାକୁ ଅର୍ଥ ନାହିଁ।ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେଭେ ମିଳୁଛି ବିଧବା ଭତ୍ତା।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ଆମପାଣି ବୁଢାରଜା ମହାପ୍ରଭୁଙ୍କ ପ୍ରସିଦ୍ଧ ଦଶ୍‌ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!