ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଥ ଅର୍ଗାନାଇଜେସନ ତରଫରୁ ଦିବ୍ୟଙ୍ଗଙ୍କୁ କମ୍ବଳ ବଣ୍ଟନ

 ଜୁନାଗଡ଼,୮/୧୨( ମ ନି ସ) ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ଆରଏମସି ପରିସର ମଧ୍ୟରେ ଦିବ୍ୟାଙ୍ଗ ଙ୍କୁ  ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଓ, ବିଶିଷ୍ଟ ଅତିଥି ଭାବେ ଉପଜିଲ୍ଲପାଳ ବେଦ୍ ଭୂଷଣ, କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିଲେ ଜୁନାଗଡ଼ ନଗରପାଳ ମୁକେଶ କୁମାର ଅଗ୍ରୱାଲ,ସମ୍ମାନିତ ଅତିଥି ଅଜୟ ପଣ୍ଡା, ବିଜୟ ପଣ୍ଡା, ୱାଇ ଆର ସି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା,ସମ୍ମାନିତ ଅତିଥି ସମାଜସେବୀ ଚିନ୍ମୟ ବେହେରା,ଯୁବ ସଂଗଠକ ପ୍ରଭାତ ଦାଶ, ଜୟନ୍ତ କୁମାର ଜେନା, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ସଂପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିଲେ। ପୂର୍ବତନ ସଭାପତି ସଂଜିବ କୁମାର ଠାକୁର ଅଥିତି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସଂଯୋଜକ ବସନ୍ତ କୁମାର ନାଏକ ଧନ୍ୟବାଦ ଦେଇଥିବା ବେଳେ କୁବ୍ଲେଶ୍ୱର ପାଣିଗ୍ରାହୀ, କାଳିନ୍ଦୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।ଏହିକାର୍ଯ୍ୟକ୍ରମ ରେ ୨୩୪ ଜଣ ଦିବ୍ୟଙ୍ଗ ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଯିବ ସହ ଶୀତବସ୍ତ୍ର ପ୍ରଦାନ କରାଗଲା, । ପ୍ରଗତି ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଶିକ୍ଷାବିତ ସ୍ବର୍ଗତ ବନମାଳୀ ପଣ୍ଡା ଙ୍କ ସ୍ମୃତି ଉଦ୍ୟେଶ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

Sunil Chandra Nayak

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!