ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ମ୍ୟାଚ ଚିଚର୍ଲା ଓ ତୁର୍ଲା (ଟିଟିଲାଗଡ଼) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦ୍ଧାରିତ ସମୟମଧ୍ୟରେ ଉଭୟ ଦଳ ପରସ୍ପର କୁ ସମାନ ଗୋଲ ଦେବାରୁ ଟ୍ରାଇବ୍ରେକର ର ସହାୟତା ନିଆ ଯାଇଥିଲା l ଏଥିରେ ତୁର୍ଲା, ଟିଟିଲାଗଡ଼ ଦଳ ୫-୩ରେ ଚିଚର୍ଲା ଦଳ କୁ ପରାସ୍ତ କରି ବିଜୟୀ ହୋଇ ସେମି ରେ ପ୍ରବେଶ କରିଛି l ମ୍ୟାଚକୁ ପିଙ୍କୁ ଚନ୍ଦନ, ସନ୍ଦୀପ ତରାଇ, ଲଳିତ ଦାସ ଓ ଲଳିତ ସାହୁ ପରିଚାଳନା କରିଥିଲେ l ଏହି ମ୍ୟାଚରେ ବିଜୁ ଜନତା ଦଳ ର ରାଜ୍ୟ ପରିଷଦ ସଭ୍ୟ ଜାକିର ହୁସେନ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ର ସଭାପତି ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ସ୍ୱାଗତ ଆଇ ଟି ଆଇ ର ଅଧ୍ୟକ୍ଷ ପ୍ରୀତି ପଟ୍ଟନାୟକ,ବ୍ଲକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ତ୍ରିପାଠୀ, ଉଦ୍ୟୋଗପତି ନେମିଚାନ୍ଦ ଜୈନ, ଜାତୀୟ ପୂର୍ବତନ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡା, ସମିତି ସଭ୍ୟ ନିମାଇଁ ବେହେରା ଅତିଥି ଭାବେ ଯୋଗଦେଇଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧ୍ୟକ୍ଷ ଲିପୁନ ରଣା, ସାହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣିସାହୁ, ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ, ସ୍କୋରବୋର୍ଡ ଦାଇତ୍ୱ ରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ଆଜି ଏହି ଅବସରରେ ଜାତୀୟ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚ ସୋନପୁର ଶିଆଳି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଷଷ୍ଠ ସ୍ବରୂପ ମାତା କାତ୍ୟାୟନୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!