ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଟକ ରିହରସେଲ ଲୋକଙ୍କ ମନ ମୋହିଲା

 ନବରଙ୍ଗପୁର –(ମସିହା) ମଣ୍ଡେଇ -୨୨ ଅବସରରେ ଅନୁଷ୍ଠିତ ମଣ୍ଡେଇ ନାଟକ ଉତ୍ସବ ରେ ଦୂତୀୟ ଦିନରେ ତ୍ରିଶକ୍ତି ସାଂସ୍କୃତିକ ସଙ୍ଘ ଦ୍ୱାରା ପ୍ରସ୍ତୁତ ନାଟକ *ରିହାରସେଲ* ଦର୍ଶକଙ୍କ ମନ ମୋହିବାରେ ସଫଳ ହେଲା।ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଅରଵୀନ୍ଦଙ୍କ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇ ର ଏକ ସୁନ୍ଦର ବିଷୟବସ୍ତୁ କୁ ନେଇ ହୋଇଥିଲା ଉକ୍ତ ନାଟକ। ନାଟକ ରଚନା ଏବଂ ନିର୍ଦେଶନା ବରିଷ୍ଠ ନିର୍ଦେଶକ ଗୋକୁଳ ଖାଡେଙ୍ଗା ଦେଇଥିବା ବେଳେ ପରିଚାଳନା କରିଥିଲେ ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, ବିଭିନ୍ନ ଭୂମିକାରେ ବରିଷ୍ଠ ହାସ୍ୟାଭିନେତା ଲଷ୍ମୀ ନାରାୟଣ ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ, ଅଶୋକ ପ୍ରଧାନ, ଶ୍ରୀନିବାସ ପଟ୍ଟନାୟକ ଏବଂ କୁମାର ବୈଭବ ଥିବା ବେଳେ ସଙ୍ଗୀତ ରେ ବିଶିଷ୍ଟ ଗାୟକ ସୁରେଶ ମିଶ୍ର ଏବଂ ଉପଦେଷ୍ଟା ଭାବରେ ନାଟ୍ୟ ନିର୍ଦ୍ଦେଶକ ସୁରେଶ ମହାନ୍ତି ଏବଂ ଅଭିନେତା ସଂଜୀବ ସିଂ ପ୍ରମୁଖ ସହଯୋଗ କରିଥିଲେ। ଦୂତୀୟ ରଜନୀର ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ ବେଣୁଧର ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ଅଧିକାରୀ ଶୁଭେନ୍ଦୁ ପାତ୍ର , ଜିଲ୍ଲା ଯୋଜନା ଅଧିକାରୀ ହିମାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଦିଲୀପ ହୋତା ମଞ୍ଚ ପରିଚାଳନା କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବିଧାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

Sunil Chandra Nayak

ଖଣ୍ଡିଆ ଖାବରା ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ

Sunil Chandra Nayak

Leave a Comment

error: Content is protected !!