ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ମହାଲକ୍ଷ୍ମୀ ପୂଜା ମହୋତ୍ସବ ବିଭିନ୍ନ ସ୍ଥାନରେ ପାଳିତ

ଟେମରି (ମ. ନି .ସ) ୮/୧୨ :-ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମ ପଂଚାୟତ ର ବିଭିନ୍ନ ସ୍ଥାନରେ ମାଆ ମହାଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇ ଯାଇଛି। ମା ମହାଲକ୍ଷ୍ମୀ ହେଉଛନ୍ତି ଧନ, ସମ୍ପତି ଓ ଐଶ୍ଚର୍ଯ୍ୟ ର ଦେବୀ ମାଁ ମହାଲକ୍ଷ୍ମୀ ଙ୍କ କୃପା ବଳରେ ଗରିବ ନିମିଷେ ଧନୀ ହୋଇ ପାରେ, ମାଁ ଙ୍କ କୃପା ବଳରେ ଅଜ୍ଞାନୀ ଜ୍ଞାନୀ ହୋଇପାରେ , ଦୁର୍ବଳ ବ୍ୟକ୍ତି ସବଳ ହୋଇ ପାରେ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ଅଛି। ତେଣୁ କୁହାଯାଏ ବିଶ୍ୱାସ ହିଁ ଭଗବାନ । ମଣିଷ ଖରାପ ପ୍ରକୃତିଙ୍କୁ ଆୟତ୍ତ କରିବା ପାଇଁ ପୂଜା , ଉପାସନା ଓ ଭକ୍ତି ଭାବନା ତଥା ଆଧ୍ୟାତ୍ମିକର ଆବଶ୍ୟକତା ଅଛି। ଆଜି ମାର୍ଗଶିର ମାଣବସା ଗୁରୁବାର ଉପଲକ୍ଷେ ଶେଷ ଗୁରୁବାରରେ ମାଁ ମହାଲକ୍ଷ୍ମୀ ଙ୍କ ପୂଜା ମହୋତ୍ସବ ଘରେ ଘରେ ପାଳିତ ହୋଇ ଥିବା ବେଳେ ଗ୍ରାମ ସହରରେ ବଡ଼ ଧାରଣର ସଂସ୍କୃତିକ କାର୍ଯ୍ୟ କ୍ରମ ର ଆୟୋଜନ କରାଯାଇଛି। ବୃନ୍ଦା ବାହାଲ ର ଲିମସେର ଗ୍ରାମର ମାଁ ମହାଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି। ଏଥିରେ ଲିମସେର ଗ୍ରାମର ପୂଜା ମହୋତ୍ସବରେ କର୍ତ୍ତା ଭାବରେ ପଦ ରାମ ମେହେର ଓ ଧର୍ମ ପତ୍ନୀ ଟିକେ ଦେଇ ମେହେର ପୂଜା କାର୍ଯ୍ୟ ତୁଲାଇବା ଥିବା ବେଳେ ପୂଜକ ଶରତ ଚନ୍ଦ୍ର ମହାପାତ୍ର ପୌରୁହିତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଭକ୍ତ ବୃନ୍ଦ ଙ୍କ ଭକ୍ତି ବିହଲ ନୃତ୍ୟ ଦେଖିବାକୁ ମିଳିଥିଲା । ସେହିପରି ଟେମରି ଗ୍ରାମରେ ମାଣବସା ଉପଲକ୍ଷେ ମାଁ ମହାଲକ୍ଷ୍ମୀ ପୂଜା ଆୟୋଜିତ ହୋଇ ଯାଇଛି ଏଥିରେ ଜୟ ଶଙ୍କର ବାଗ ଓ ତାଙ୍କ ଧର୍ମ ପତ୍ନୀ ଶାନ୍ତି ଦେବୀ ବାଗ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜକ ଭାବରେ ସଂଜିପ ଖମାରୀ ପୌରୁହିତ କାର୍ଯ୍ୟ ତୁଲାଇ ଥିଲେ । ଏଥିରେ ସଭାପତି ଗୌତୁମ ସୁନାନି , ଉପ ସଭାପତି ବେଭାରି ସାହୁ, ସମ୍ପାଦକ ଗୌରାଙ୍ଗ ବାଗ, ସହ- ସମ୍ପାଦକ ସୁଧୀର ଭୋଇ, କୋଷାଧ୍ୟକ୍ଷ ଆନନ୍ଦ ସୁନାନୀ , ସହ- କୋଷାଧ୍ୟକ୍ଷ ଟୁନା ଯୁଏଡ଼, ଓ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ନୃତ୍ୟ ପ୍ରତିଯୋଗିତା ଓ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

ଧର୍ମ ରାଜ ପ୍ରଧାନ ଙ୍କ କବିତା – କବି

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

Leave a Comment

error: Content is protected !!