ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରସାହି ସ୍କୁଲକୁ ପାଠପଢି ଯାଇଥିବା ପିଲା କୂଅରେ ପଡି ମୃତ 

ଢେଙ୍କାନାଳ (ମ ସୀ ହା)୦୯/୧୨/ହିନ୍ଦୋଳ ଉପଖଣ୍ଡ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରସାହି ସରକାରୀ ପ୍ରାଥମିକ ସ୍କୁଲ ରେ ବଡ଼ ଅଘଟଣ ଘଟିଯାଇଛି l ବିଷ୍ଣୁପ୍ରସାଦ ନାମକ ପିଲାଟି ବରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦ୍ୱିତୀୟ ଶ୍ରେଣୀ ରେ ପାଠପଢ଼ୁଥିଲା l ଗଲାକଲି ଅର୍ଥାତ ଛଅ ତାରିଖ ରେ ପିଲାଟି ବିଦ୍ୟାଳୟ କୁ ପାଠପଢି ଯାଇଥିଲା l ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ପରେ ପିଲାଟି ପାଇଖାନା ଯିବାପାଇଁ ବିଦ୍ୟାଳୟ ଠାରୁ ପାଞ୍ଚଶହ ମିଟର ବିଲ ଭିତରକୁ ଯାଇଥିଲା!ସେହି ବିଲ ଭିତରେ ଗୋଟିଏ କୂଅ ରେ ଶୌଚ ହେବା ସମୟ ରେ ପିଲାର ଗୋଡ଼ ଖସିଯିବା ରୁ ପିଲାଟି କୂଅ ଭିତରେ ପଡି ମୃତୁବରଣ କରିଥିଲା!ଏଠାରେ ପ୍ରଶ୍ନ ଉଠେ ବିଦ୍ୟାଳୟ ରେ ଯଦି ପାଇଖାନା ଘର ଅଛି ,ପିଲାକୁ କେଉଁ କାରଣ ରୁ ବିଲକୁ ପାଞ୍ଚ ଶହ ମିଟର ଶୌଚ ହେବା ପାଇଁ ଯିବାକୁ ପଡିଲା? ସରକାର ଙ୍କ ନିୟମ ପିଲାଟି ଶୌଚ ବିଦ୍ୟାଳୟ ଭିତରେ ହେବା କଥା କିନ୍ତୁ ଶିକ୍ଷକ କିପରି ଜାଣିପାରିଲେ ନାହିଁ ପିଲାଟି କେଉଁଆଡେ ଗଲା?ଏଠାରେ ଶିକ୍ଷକ କଣ କରୁଥିଲେ l ବାବୁଲା ଦେହୁରୀ ର କୋମଳମତି ପିଲା ବିଷ୍ଣୁପ୍ରସାଦ ର ମୃତୁ ପାଇଁ ଦାୟି କିଏ? ଏ ପରିପ୍ରେ୍ଷୀରେ ଦେଖିବାକୁ ବାକିରହିଲା ପ୍ରଶାସନ ବାବୁଲା ଦେହୁରୀ ଙ୍କ ପୁଅ ପାଇଁ କି ପଦକ୍ଷେପ ନେଉଛି!

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Sunil Chandra Nayak

ଗାଁ ରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

Sunil Chandra Nayak

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!