ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦ୍‌ଯାପିତ ହେଲା ଗୋପାଳପୁର ମହାଲକ୍ଷ୍ମୀ ପୂଜନୋତ୍ସବ

ଲାଞ୍ଜିଗଡ,୦୯/୧୨(ମ ନି ସ )-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ମହାସମାରୋହରେ ମହାଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିଲେ । ବିଧାୟକଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ବିଜେଡି ଜିଲ୍ଲା ପରିଷଦ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ହରିଶଙ୍କର ପାତ୍ର, ସରୋଜ ପ୍ରଧାନ, କିରଣ ମାଝୀ, ପ୍ରସନ୍ନ ପରିଡା, ସୁବନ ଭୋଇ, ସୌରଭ ପାତ୍ର, ଅଜିତ ପ୍ରଧାନ, ଶିବରାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମହାଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା ବିଜୟ ପାଢୀ, ଅଭିନ କୁମାର ପାଢୀ, ପୁରୁଷୋତମ ପୁଟେଲ, ଅଶୋକ ପାଢୀ, ମହାଦେବ କରୁଆଁ, ପର୍ଶୁରାମ ଗଉଡ, ସଭାପତି ଭକ୍ତରାମ ପୁଟେଲ, ସଂପାଦକ ନୀଲେଶ ପାଢୀ, ସଞ୍ଜୟ ବିଶ୍ୱାଳ, ସୁଦର୍ଶନ ଗଉଡ, ମୋହନ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଅନୀଲ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ସୁନାମଧନ୍ୟ ମଞ୍ଚ ପରିଚାଳକ ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ବିଚାରକ ଭାବେ ପ୍ରତିଭାର ସଂପାଦକ ଚିଣ୍ଟୁ ପ୍ରସାଦ ନାଏକ ଓ ଶ୍ୱେତାଲିନା ପାତ୍ର ଯୋଗ ଦେଇଥିଲେ । ସେହିପରି ବ୍ଲକର କମର୍ଦ୍ଧା, ପିପଲପଡା, ଭୁର୍ଟିଗଡ ସମେତ ଚମ୍ପାଦେଇପୁର ପଞ୍ଚାୟତର ଯୋଡାବନ୍ଧଠାରେ ମହାସମାରୋହରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।

Related posts

ସକାଳ ର କବିତା

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

Leave a Comment

error: Content is protected !!