ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

 ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ମିଳିତ ସହଯୋଗ ରେ ଆଜି ଅପରାହ୍ନ ୧୧ ଟା ସମୟରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଆନ୍ତର୍ଜାତିୟ ନିଶା ନିବାରଣ ଦିବସ ୨୦୨୨ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶା ମନ, ଶରୀର,ଅର୍ଥ,ସମ୍ମାନ ପାଇଁ ଏକ ବିଷ ସଦୃଶ ଅଟେ। ଏହା ପ୍ରଥମେ ବ୍ୟକ୍ତି, ଦମ୍ପତି,ପରିବାର ଓ ପରିଶେଷରେ ସମାଜ କୁ ନଷ୍ଟ ଭ୍ରଷ୍ଟ କରିଦିଏ। ଏଣୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନିଶା ଦ୍ରବ୍ୟ ସେବନ କୁ ପରିହାର କରିବା ସଙ୍ଗେ ସଙ୍ଗେ ଏକ ଦୃଢ଼ ସଂକଳ୍ପ ନେବାକୁ ହେବ କି ପ୍ରଥମେ ନିଜେ ଏହାକୁ ପରିହାର କରିବି । ଏହି ପରିପ୍ରେକ୍ଷୀରେ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ କହିଥିବା ବେଳେ ତା ସହିତ ମୁଁ କନ୍ଧମାଳ ର ଅଧିବାସୀ ଆମ ଜିଲ୍ଲା ର ସମସ୍ତ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ସେମାନେ ପ୍ରତ୍ୟହ ମଦ୍ୟପାନ କରି ନିଶାଶକ୍ତ ରୁହନ୍ତି।ଏହା ଦ୍ୱାରା ପରିବାର ରେ ଅଶାନ୍ତି ଅନାଟନ ଦେଖାଯାଏ। ତେଣୁ ମୁଁ ସମସ୍ତ ଙ୍କୁ ଅନୁରୋଧ କରୁଛି କି ଏହା ଆମ ଜିଲ୍ଲାରୁ କିପରି ଦୂର ହେବ। ସମସ୍ତ ଙ୍କ ସହଯୋଗ ରେ ଆମ ଜିଲ୍ଲା ଏକ ମଦ ମୁକ୍ତ ଜିଲ୍ଲା ହେବ ସେଥିପାଇଁ ମିଳିମିଶି କାମ କରିବା ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ନିଜ ବକ୍ତବ୍ୟ ରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ମଣିଷ ନିଶାପାନ ଦ୍ୱାରା ନିଜର ସମ୍ମାନ ହାନି କରୁଛି।ଏହା ଦ୍ୱାରା ସମ୍ମାନ ହାନି କରୁ ନାହିଁ,ଦେଶ ଓ ଜାତିର ସମ୍ମାନ ହାନି କରୁଛି। ନିଶା ସେବନକାରୀ ନିଜର କିମ୍ବା କାହାର ବି ଉନ୍ନତି କରି ପାରିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ମଦ୍ୟପାନ ମଣିଷ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତି କାରକ। ଏହା ମଣିଷର ଦୁର୍ମୂଲ୍ୟ ଅଙ୍ଗ ଯଥା ଯକୃତ,ବୃକକ୍ ଓ ପାକସ୍ଥଳୀ କୁ କ୍ଷତିଗ୍ରସ୍ତ କରିବା ସହିତ ବିଭିନ୍ନ ରୋଗ ସୃଷ୍ଟି ର ମୂଳ କାରଣ ହୋଇଥାଏ । ପରିଶେଷରେ ଦୁରାରୋଗ୍ୟ ବ୍ୟାଧି ରେ ପୀଡ଼ିତ ହୋଇ ମଣିଷ ମୃତ୍ୟୁ ମୁଖରେ ପଡିଥାଏ।ଏ ବିଷୟରେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଇବା ଉଚିତ ବୋଲି କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷିକା ମଧୁସ୍ମିତା ନାୟକ ନିଜ ବକ୍ତବ୍ୟ ରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ,ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରସ୍ମିତା କରନ୍,କନ୍ଧମାଳ ଜିଲ୍ଲା ଜନସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ମୋନଜ ଉପାଧ୍ୟାୟ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ,ପ୍ରଜାପିତା ବ୍ରହ୍ମକୁମାରୀ ସଙ୍ଘ ସଦସ୍ୟା ବି. କେ ସବିତା,ଡି ଏସ ଏସ ଓ ବଳରାମ ଜେନା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପରିଚାଳନା କରିଥିଲେ । ମଞ୍ଚାସିନ ଅତିଥି ମାନେ ନିଶା ନିବାରଣ ସକାଶେ ସମସ୍ତ ଙ୍କୁ ବୁଝାଇବା ନିମନ୍ତେ ଶପଥ ପାଠ କରିଥିଲେ। ଉକ୍ତ ଆନ୍ତର୍ଜାତିୟ ନିଶା ନିବାରଣ ଦିବସ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାହାରି ଥିବା ରାଲି କୁ ଜିଲ୍ଲାପାଳ ଶ୍ରୀ ପାଟିଲ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରାଲି ରେ ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ତ୍ରିପାଠୀ,ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀ ଙ୍କ ସହ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶା ନିବାରଣ ସମ୍ୱନ୍ଧୀୟ ଲିଫଲେଟ ବାଣ୍ଟି ସ୍ଲୋଗାନ ଦେଇ ରାଲି ସଭାଯାତ୍ରା ସହର ପରିକ୍ରମା କରି ଜନ ସଚେତନତା କରିଥିବା ଦେଖିବା କୁ ମିଳିଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

Sunil Chandra Nayak

ଖସିଗୁଡା ରେ ଡ୍ୟାନ୍ସ ପ୍ରତିଯୋଗୀତା

Sunil Chandra Nayak

ଅନୁଷ୍ଠିତ ହେଲା ଶିଶୁ ମହୋତ୍ସବ ସୁରଭି –୨୦୨୨ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort