ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

କହିବି ପ୍ରଭୁ ହେ ମୋ ଅନ୍ତର କଥା
    ବୁଝିବ ଶୁଣିବ ବ୍ୟଥା
ସଂସାର ମଧ୍ୟରେ ଦୁଃଖ କଷ୍ଟ ସହି
     ପୂଜା କରୁଛି ଦେବତା।
କାନ ଥାଇ ଶୁଣି ସତ କହୁ ନାହିଁ
    କାନ ତୁମେ ଭଗବାନ
ତୁଣ୍ଡରେ ସଂଗୀତ ମନରେ ଆନନ୍ଦ
      ଗାଇବା ପ୍ରଭୁ ଭଜନ।
କାର୍ତ୍ତିକ ମାସକୁ ଧର୍ମ ମାସ କହି
    ଭଗବାନ ନାମ ଜପ
ପବିତ୍ର ହୋଇବା ଶାନ୍ତିରେ ବଞ୍ଚିବା
      ଧରାରୁ ତୁଟିବ ପାପ।
ଦୁଃଖ କଷ୍ଟ ମିଶି ସଂସାର ଭିତରେ
      ଧର୍ଯ୍ୟରେ ଯାଉଛି ଚଳି
ଭାଗ୍ୟ ପଥ କେବେ ମୋ ପରିବର୍ତ୍ତନ
    ଠାକୁର ପାଶେ ମୋ ଅଳି।
ଭଜନ କୀର୍ତ୍ତନ ଯେତେ ଦୂର ଯିବ
    ପାପ ସବୁ ଯିବ ଛାଡ଼ି
ଖୁସି ମନ ଧରି କାମ କରୁଥିଲେ
    ପ୍ରଭୁ ପାଦେ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!