ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

କାମାକ୍ଷାନଗର (ମ ନି ସ) ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପୋଖରୀ ହିଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଟ୍ରାନ୍ସଫର୍ମର ହାରାହାରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ , ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମର ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ l ଯାହାଫଳରେ ବିପଦକୁ ନିମନ୍ତ୍ରଣ କରୁଛି। ପ୍ରତେକ ଟ୍ରାନ୍ସଫର୍ମର ପାଇଁ ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ ଲାଗିଥାଏ, କିନ୍ତୁ ଏହି ଟ୍ରାନ୍ସଫର୍ମର ସେମିତି କିଛି ବ୍ୟବସ୍ଥା ନ ଥିବାରୁ ବିଦ୍ୟୁତ ତାର ତଳକୁ ଲମ୍ବିଛି । ଗାଈ ଗୋରୁ ସେହି ଟ୍ରାନ୍ସଫର୍ମର ତଳେ ଚରା ବୁଲା କରୁଥିବାରୁ ଭାରୀ ଭୟଙ୍କର ମନେ ହେଉଛି। ସେହି ଟ୍ରାନ୍ସଫର୍ମର ପାଖ ଦେଇ ପ୍ରତେକ ଦିନ ଗାଁ ର ଲୋକେ ପୋଖରୀ କୁ ଗାଧୋଇବାକୁ ମନରେ ଭୟ ରଖି ଯାଉଛନ୍ତି। ଯଦି ଗାଈ ଗୋରୁ ଚରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ , କି ମନୁଷ୍ୟ ସେହି ରାସ୍ତା ଦେଇ ପୋଖରୀକୁ ଗାଧୋଇବା ଯିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରେ ସେଥିପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ଦାୟୀ ରହିବେ ବୋଲି ସାଧାରଣେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ଆମେ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ ଯୋଗା କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯବିଦ୍ୟୁତ ହୋଇପାରିଲା ନାହିଁ। ତେବେ ଏହି ଖବର ଟି ପ୍ରସାରଣ ହେବା ପରେ କେବେ ଟ୍ରାନ୍ସଫର୍ମର ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ ଲଗା ଯାଉଛି ତାହା ଦେଖିବାକୁ ବାକି ରହିଲା।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ତୀର୍ଯ୍ୟକ

Sunil Chandra Nayak

ମାଣବସା ଶେଷ ଗୁରୁବାର ସହ ଶେଷ ହେଲା କୋକସରା ଲକ୍ଷ୍ମୀପୂଜା

Sunil Chandra Nayak

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ 

Leave a Comment

error: Content is protected !!