ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖିଗୁଡା ଠାରେ ବିଶ୍ଵ ମାନବଧିକାର ଦିବସ

ଧର୍ମଗଡ:୧୦/୧୨/୨୨: ଡିସେମ୍ବର ୧୦ ତାରିଖ କୁ ମାନବାଧିକାର ଦିବସ ଭାବେ ସମଗ୍ର ବିଶ୍ଵ ପାଳନ କରୁଥିବା ବେଳେ ଧର୍ମଗଡ ବ୍ଲକ ଅନ୍ତର୍ଗତ ମୁଖି ଗୁଡା ଗ୍ରାମ ଠାରେ ମଧ୍ୟ ଏହି ଦିବସ ପାଳିତ ହୋଇ ଯାଇଛି । ମାନବାଧିକାର ପ୍ରତିରକ୍ଷା ସମିତି , କଳାହାଣ୍ଡି ପକ୍ଷରୁ ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ପଟ୍ଟଯୋଷୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଭାରତ ଭୁଷଣ ମୁଣ୍ଡ, ସାମ୍ୱାଦିକ ଇଙ୍ଗିତ ପଣ୍ଡା, ବୈଦ୍ୟନାଥ ବେହେରା,ଅଂଶୁମାନ ପାତ୍ର, ଉମେଶ ଦୂରିଆ, ମହେନ୍ଦ୍ର ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଉପାନ୍ତ ଗ୍ରାମାଞ୍ଚଳ ରେ ପ୍ରଥମ ଥର ପାଇଁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବାରୁ ଗ୍ରାମାଞ୍ଚଳ ର ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ଥିଲେ । ମାନବ ଅଧିକାର ର ସୁରକ୍ଷା ସଂପର୍କ ଏଠାରେ ଆଲୋଚନା କରା ଯାଇଥିଲା । କାର୍ଯ୍ୟକ୍ରମ କୁ ଅଧ୍ୟାପକ ସଞ୍ଜୀବ ମୁଣ୍ଡ ପରିଚାଳନା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଯୁବକଙ୍କ ଚୁଟି କାଟି ଗାଁଦାଣ୍ଡରେ ମାଡ ମାରିବା ଭିଡିଓ ଭାଇରାଲ, ପୀଡିତଙ୍କ ଭାଇଙ୍କ ଅଭିଯୋଗ କ୍ରମେ ୩ ଗିରଫ

Sunil Chandra Nayak

Leave a Comment

error: Content is protected !!