ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ମ୍ବରୁଗଡ ମହୋତ୍ସବ ର ସପ୍ତମ ସନ୍ଧ୍ୟା – ଗିରିବର ଦାସ ଙ୍କ ବାଣୀ ଅଞ୍ଚଳ ପାଇଁ ଶାନ୍ତି ର ବାର୍ତ୍ତା ପ୍ରଚାର କରେ

ବୌଦ୍ଧ -10/12- ( ହୃଦାନନ୍ଦ ମେହେର )- ଶୁକ୍ରବାର 7ମ ସନ୍ଧ୍ୟା ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ଗ୍ରାମ ର ଶ୍ରୀରାମ ପଣ୍ଡା ଶ୍ରୀମଦ୍ ଭାଗବତ ପାଠ କରୁଥିବା ବେଲେ ସନ୍ଧ୍ୟା ରେ ପ୍ରବଚନ, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ସଭା ରେ ଆୟୋଜିତ ଗିରିବର ଦାସ ଙ୍କ ଶିଷ୍ୟ କିଶନ ଦାସ ମହାରାଜ ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦାନ କରି ଅଗ୍ରପୂଜ୍ୟ ଗଣେଷ ଓ ସାଙ୍କେତ ପ୍ରାପ୍ତ ମହାରାଜ ଗିରିବର ଦାସ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୟୋଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନ ମହୋଦୟ ଯୋଗ ଦେଇ, ମହାରାଜ ଗିରିବର ଦାସ ଙ୍କ ବାଣୀ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ରେ ସହାୟକ ହେଉ ବୋଲି ମତ ବ୍ୟକ୍ତ କରି ଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ପ୍ରଶାସକ ବିପ୍ର ଚରଣ ମହାନ୍ତି ମହାରାଜ ଙ୍କ ବାର୍ତ୍ତା ଏ ଅଞ୍ଚଳ ର ସାମୁହିକ ବିକାଶ ରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ କରି ଥିଲେ। ଉକ୍ତ ସଭା ରେ ମଠ କମିଟି ର ସଭାପତି ପୟଧର ମହାକୁଡ ସଭା ପତିତ୍ୟ କରି ଥିବା ବେଳେ, ସମ୍ପାଦକ ଶ୍ରୀ ଦୀପକ୍ ବେହେରା ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷାବିଦ ତଥା ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ର ସମ୍ପାଦକ ଶ୍ରୀ ଶମ୍ଭୁ ଗିରୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିବା ବେଳେ, ଅଧ୍ୟାପକ ଉତ୍ତମ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ ଓ କଳାକାର ଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇ ଥିଲା, ବିଭିନ୍ନ କାର୍ଯ୍ୟକ୍ରମ ରେ ତଳସରାଡା ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସେଠୀ, ଶ୍ରୀପତି ମହାକୁଡ, କ୍ଷେତ୍ର ମହାକୁଡ, ଦୁଷ୍ମନ୍ତ ପୃଷ୍ଟି ଓ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ ଏବଂ ଆଜି ର ଏହି ରାତ୍ରି ରେ ବୌଦ୍ଧ, ସୋନପୁର, ଆଉ ମଧ୍ୟ ଆଖ ପାଖ ଜିଲ୍ଲା ର ବହୁତ୍ ଦର୍ଶକ ଉପସ୍ଥିତ ଥିଲେ।

Related posts

ରାସ୍ତା ନିର୍ମାଣ ଦାବିରେ ଧାନ ତଳି ରୋଇ ପ୍ରତିବାଦ କଲେ ମହିମା ଗ୍ରାମବାସୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଅନ୍ଧାର ରେ ବିତୁଛି ଭେଣ୍ଡିଆ ପୁଅ ର ଜୀବନ 

Sunil Chandra Nayak

Leave a Comment

error: Content is protected !!