ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ୍ଦିର ଦର୍ଶନ ପ୍ରଭୁଙ୍କୁ ପ୍ରାର୍ଥନା
    ମନ ରହେ ସଦା ଶୁଦ୍ଧ
ତୂଳସୀ ପାଦୁକା ତୁଣ୍ଡରେ ପାଇଲେ
    ପବିତ୍ର ମୋ ମନବୋଧ।
ହରିରାମ ଜପ କଣ୍ଠରେ ଗାଇଲେ
    ଶରୀର ହୁଏ ହାଲୁକା
ମନ ମୋ ପବିତ୍ର କାମ ସବୁ ଭଲ
    ପ୍ରଭୁ ଆଶିର୍ବାଦ ଭିକ୍ଷା।
ବିପଦରେ ଠିଆ ଦେଉଥାଏ ସାହା
      ଧର୍ଯ୍ୟ ମୋର ପ୍ରଭୁ ବଳ
ସଦା କାଳେ ଥାଇ ଦେହ ଛାଇ ପରି
    ମୋ ଜ୍ଞାନ ହେଉ ସଫଳ।
କାର୍ତ୍ତିକ ମାସରେ ପଞ୍ଚୁକ ଦିନରେ
     ପ୍ରଭାତ ସ୍ନାନ ଦର୍ଶନ
ମଙ୍ଗଳ ହୁଅଇ ସର୍ବ ପ୍ରାଣୀ ଜନ
    ହୃଦେ ବିଜେ ଭଗବାନ।
ହରିରାମ ଶବ୍ଦ ଯେତେ ଦୂର ଯିବ
     ପାପ ସବୁ ଯିବ ଘୁଞ୍ଚି
ପ୍ରଶାନ୍ତି ଆସିବ ଧରଣୀ ହସିବ
    ପ୍ରଭୁ ଦୁଃଖ ନେବେ ପୋଛି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଧରମ ମାସ କାର୍ତ୍ତିକ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!