ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ର ମଗଜି ଲଡୁ ଏବେ ଜି ଆଇ ମାନ୍ୟତା ଆଶା ରେ

(ମସିହା ର ସ୍ଵତନ୍ତ୍ର ଉପସ୍ଥାପନା)

ଢ଼େଙ୍କାନାଳର ନିଜସ୍ଵ ମିଠା ମଗଜିକୁ ଜିଆଇ ଟ୍ୟାଗ ମିଳିବା ନେଇ ବଢିଲା ଆଶା। ମଗଜିକୁ ଜିଆଈ ଟ୍ୟାଗ ମିଳିବା ନେଇ ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଆବେଦନ କରାଯାଇଥିଲା। ଗତ ୬ ତାରିଖ ଦିନ ଏ ନେଇ ଏକ ବିଶେଷଜ୍ଞ ଟିମ୍ ବୈଠକ ହୋଇଥିଲା। ସମସ୍ତଙ୍କ ଉପସ୍ଥିତି ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ବିମଳେନ୍ଦୁ ମହାନ୍ତି ମଗଜି ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆହୁରି ବଳିଷ୍ଠ ପ୍ରମାଣ ଦିଆଯିବ ଓ ଖୁବ ଶୀଘ୍ର ମଗଜି କୁ ଜି ଆଇ ମାନ୍ୟତା ମିଳିବା ଯଥେଷ୍ଟ ସମ୍ଭାବନା ବୋଲି ଡଃ ବିମଳେନ୍ଦୁ ମହାନ୍ତି ମତ ଦିଅନ୍ତି l ଗଁଦିଆ ବ୍ଲକର ଦେଓଗାଁ ର ଅଦେତ୍ୱ ସାହୁ ବିଧାର ପୁର ର ବିପିନ ସାହୁ ଗଁଦିଆ ଚକ୍ରଧର ସାହୁ, ବୁଦ୍ଧିମନ୍ତ ସାହୁ , ମନ୍ଦାର ବଳରାମ ସାହୁଙ୍କର ମଗଜି ଲଡୁ (ଯାହାକି କଳା ମଇଁଷି କ୍ଷୀର ଛେନା ରେ ପ୍ରସ୍ତୁତ ) ବିଶ୍ୱ ଦରବାର ରେ ପରିଚିତ କରାଯିବ। 

ଏଥିପାଇଁ ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ କୃଷି ବୈଜ୍ଞାନିକ ଡକ୍ଟର ବିମଳେନ୍ଦୁ ମହାନ୍ତିଙ୍କ ଦ୍ୱାରା ୨୦୨୦ ମସିହା ଡିସେମ୍ବର ୦୬ ତାରିଖରେ ଜି ଆଇ ଟ୍ୟାଗ୍ ପାଇଁ ଆବେଦନ ହୋଇଛି l ୧୯୪୩ ମସିହାରୁ ଗଁଦିଆର ବୁଦ୍ଧିମନ୍ତ ସାହୁଙ୍କ ପରିବାର ଏହା ପ୍ରଥମେ ତିଆରି କରୁଥିବା କହିଛନ୍ତି ପୂର୍ବତନ ବ୍ଲକ ଅଧକ୍ଷ ମଳୟ ସିଂହ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏଣ୍ଡୁଅ ଉବାଚ

Sunil Chandra Nayak

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଗଛ ଲଗାଇବା କାହା ପାଇଁ

Leave a Comment

error: Content is protected !!