ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ଗୁରୁତ୍ୱ ଦେବାକୁ କହିଲେ ବ୍ଲକ ଅଧ୍ଯକ୍ଷା

ବାଲେଶ୍ଵର,୧୧/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, କୁପାରୀ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ୩ ଜଣ ଏବିଇଓ ଓ ବିଆରଟି ମନୋଜ ମହାପାତ୍ରଙ୍କ ସହଯୋଗରେ ବିଇଓ ଗୋଲୋକ ବିହାରୀ ପାଢ଼ୀ ପତାକା ଉତ୍ତୋଳନ କରିଥିଲେ । ବିଇଓ ତଥା ମେଳା କମିଟିର ସଭାପତି ଶ୍ରୀ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବରେଣ୍ଯ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା, ସାଂସଦ ପ୍ରତିନିଧି ଜୟନ୍ତ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ଗଜେନ୍ଦ୍ର ପ୍ରସାଦ ଦାସ ଓ ରଶ୍ମିତା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁପାରୀ ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଧର ପ୍ରସାଦ ବେହେରା, ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଗୌରାଙ୍ଗ ମହାପାତ୍ର, ସହ-ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ କୁମାର ମିଶ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେସ୍ରା, ବିଜ୍ଞାନ ସଂଯୋଜକ ଜୟନ୍ତ କୁମାର ପଣ୍ଡା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଘୁନାଥ ଦଳେଇ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ଅତିଥିମାନେ କୁନି କୁନି ପିଲାମାନଙ୍କ ଦ୍ବାରା ନିର୍ମାଣ ହୋଇଥିବା ବୈଜ୍ଞାନିକ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କୁନି ବୈଜ୍ଞାନିକ ମାନଙ୍କର ହାତ ତିଆରି ପ୍ରକଳ୍ପ ଗୁଡିକର ନିର୍ମାଣ ଶୈଳୀ ବହୁ ଉଚ୍ଚକୋଟୀର, ଆକର୍ଷଣୀୟ ଥିଲା । ଏହିଭଳି ଉଦ୍ୟମ ଜାରି ରଖିଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଭଳି ସୁନ୍ଦର ସୁନ୍ଦର ପ୍ରକଳ୍ପ ନିର୍ମାଣ କରିଥିବାରୁ କୁନି ବୈଜ୍ଞାନିକ ମାନଙ୍କୁ ଅତିଥି ମାନେ ବହୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ । ଏଥିରେ ସିନିୟର ବିଭାଗର ୮୦ ଓ ଜୁନିୟର ବିଭାଗର ୧୨ ଟି ପ୍ରକଳ୍ପକୁ ମିଶାଇ ମୋଟ ୯୨ ଟି ହୋଇଥିଲା । ୯୨ଟି ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ଆଗାମୀ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହେବାର ସ୍ବପ୍ନକୁ ସାକାର କରିଥିଲା । ସାଂସଦ ପ୍ରତିନିଧି ଶ୍ରୀ ରାଉତଙ୍କ ବିଜ୍ଞାନ ସମ୍ବନ୍ଧୀୟ ବକ୍ତବ୍ୟ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଛାତ୍ରଛାତ୍ରୀ ତଥା କୁନି ବୈଜ୍ଞାନିକ ମାନଙ୍କ ଉଦ୍ଦେଶ୍ୟରେ ଉତ୍ତମ ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ପ୍ରାଧାନ୍ୟ ଦେବା ନେଇ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ଅତି ସୁନ୍ଦର, ଉଚ୍ଚକୋଟୀର ଓ ଉପଦେଶାତ୍ମ ଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଧନ୍ୟବାଦ ପରେ ସଭାକାର୍ଯ୍ଯ ଶେଷ ହୋଇଥିଲା ।

     ଉଦଯାପନୀ ସଭାରେ ପୂର୍ବତନ ବିଇଓ ସୁଦର୍ଶନ ରାଉତ ଏବଂ ସମସ୍ତ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ଓ ବିଇଓ ଅଫିସ୍ କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ବିଦ୍ୟାଳୟର କୃତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ସଙ୍ଘ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ଓ ବିଇଓ ଅଫିସ୍ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପରିଚାଳନାରେ ଯେପରି କୌଣସି ତୃଟି ନହୁଏ ସେଥିପାଇଁ ବିଆରଟି ମନୋଜ ମହାପାତ୍ର ଏବଂ ଶିକ୍ଷକ ଅଭୟ କୁମାର ଦଳାଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ । ଉକ୍ତ ମେଳା ଦେଖିବାକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ଦଳିତ ଗରିବ ପିଲା କୁ ଦୁବୃତ୍ତ ମାନେ କଲେ ଆକ୍ରମଣ ,ତନ୍ତିଆପାଳ ରେନ ଫରେଷ୍ଟ ବାର ଭିତରେ ପଶି କର୍ମଚାରୀ ଙ୍କୁ ଗୋଡ଼ାଇ ପିଟିଲେ

Sunil Chandra Nayak

ନିଶାଗ୍ରସ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରଵ:-୬

Sunil Chandra Nayak

Leave a Comment

error: Content is protected !!