ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା କବିର ଭାବନା

କବିର ଭାବନା

ସତ୍ୟ ବାସ୍ତବତା ଭାଷାର ପ୍ରକାଶ
କବିଟିଏ ପାରେ କରି
ଲେଖନୀ ଚାଳନା ଶବ୍ଦ ସଂଯୋଜନା
ଜୀବନ୍ତ ପାରେ ଜେ ଭରି
କବିତାରେ କରେ ଜୀବନ ଆବୃତ୍ତି
ଜୀବନ୍ତ ଫୁଟାଇ ଥାଏ
ନିଚ୍ଛୁକ ସତ୍ୟର ଚରିତ୍ର ଚିତ୍ରଣ
ଭାଷା ବିନ୍ୟାସ ରେ ଛାଏ
ଭାବନାର ପରିପ୍ରକାଶ ନିମନ୍ତେ
ଚିନ୍ତା ଲେଖନୀରେ ମଗ୍ନ
ପାଗଳ ପରାୟ କରଇ ଆବୃତ୍ତି
ସଦା କବିତାରେ ଧ୍ୟାନ
ପୁଞ୍ଜି ପୁଞ୍ଜି ଶବ୍ଦ ବିନିଯୋଗ କରି
ଗୁନ୍ଥଇ କବିତା ବାର୍ତ୍ତା
ନିଜର ଭାବନା ଭାଷାରେ ପ୍ରକାଶି
କରଇ କବିତା ପେନ୍ଥା
କବିର ପ୍ରତିଭା ଲେଖନୀର ମୁନ
ସୁଖ ଦୁଃଖ ମିଶା ଭାଷା
ମିଳୁ ବା ନମିଳୁ ବାହାବାଃ ପ୍ରସଂଶା
ଜଗାଏ ନିଜର ଆଶା
ଜଗାଏ ନିଜର ଆଶା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ପ୍ରଥମ ଦିବସ 

Sunil Chandra Nayak

ଦେବବ୍ରତଙ୍କୁ ମିଳିଲା ‘ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨

ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର , ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍

Sunil Chandra Nayak

Leave a Comment

error: Content is protected !!