ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକ୍ଟର ଅଜିତ ବେହେରାଙ୍କୁ ଶିକ୍ଷା ଭାରତୀ ସମ୍ମାନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡ଼ାର ପଞ୍ଚମ ବାର୍ଷିକୋତ୍ସବରେ ବିଶିଷ୍ଟ ଯୁବ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ, ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ “ଶିକ୍ଷା ଭାରତୀ ସମ୍ମାନ:୨୦୨୨” ପ୍ରଦାନ କରାଯାଇଛି। ସେ ଆଦିବାସୀ ଭାଷା,ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣାକରି ଗତ କିଛିଦିନ ତଳେ ସମ୍ୱଲପୁର ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଜଗତର ସର୍ବୋଚ୍ଚ ମର୍ଯ୍ୟାଦାଜନକ ଡି.ଲିଟ୍ ଡିଗ୍ରୀ ଲାଭ କରିଛନ୍ତି। ଇତିପୂର୍ବରୁ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ‘ଜୁନିଅର ଫେଲୋସିପ, କଳାହାଣ୍ଡି ଯୁବ ପୁରସ୍କାର, ରାଜ୍ୟ ଜନଜାତି ସମ୍ମାନ, ଭକ୍ତକବି ଗୋପାଳକୃଷ୍ଣ ସମ୍ମାନ, ଦେବଗିରି କଳା ସମ୍ମାନ, ମୁନିଗୁଡ଼ା ସାହିତ୍ୟ ସମ୍ମାନ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ, ଅଷ୍ଟଭୁଜା ସାହିତ୍ୟ ସମ୍ମାନ, ପ୍ରଗତିଶୀଳ ସମ୍ମାନ, ଅ ପ୍ରତିଭା ସମ୍ମାନ ଭଳି ରାଜ୍ୟସ୍ତରୀୟ ସମ୍ମାନ ଲାଭ କରି ସୁନାମ ଅର୍ଜନ କରିଛନ୍ତି। ତାଙ୍କର କବିତା ସଙ୍କଳନ “ତୁମେ” ଓ ଗବେଷଣାମୂକ ପୁସ୍ତକ “କଳାହାଣ୍ଡିର ଲୋକବିଶ୍ୱାସ” ପ୍ରକାଶିତ ହୋଇଥିବା ବେଳେ “ପଶ୍ଚିମ ଓଡ଼ିଶାର ଲୋକଦେବତା”, “କନ୍ଧାନ୍ ଭାଷା ଓ ସାହିତ୍ୟ” ଏବଂ “କନ୍ଧ ଲୋକଧାରା” ପ୍ରକାଶ ଅପେକ୍ଷାରେ ରହିଛି। ତାଙ୍କର ଅନେକ କବିତା,ଗଳ୍ପ, ପ୍ରବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଏବଂ ଆକାଶବାଣୀରେ ପ୍ରସାରିତ। ସେ ବର୍ତ୍ତମାନ କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ – କୁସୁମ..

Sunil Chandra Nayak

ସାମ୍ବାଦିକ ଙ୍କୁ ଜଣେ ଓକିଲ ଦୁର୍ବ୍ୟବହାର ର ପ୍ରତିବାଦ ରେ ପ୍ରେସକ୍ଲବ ପକ୍ଷରୁ ଏସ ପି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!