ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜୁନାପାଣି ଗ୍ରାମର ଲାବଣ୍ୟ ମାଝୀ ଯୁବକ ସଂଘ ସଦସ୍ୟ ମୋହନ ମାଝୀଙ୍କ ବଦାନ୍ୟତା l ଜଣେ ରୋଗୀଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି l ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମରେ ରହୁଥିବା ମହିଳା ସଜ ମାଳି କୌଣସି ରୋଗରେ ପୀଡିତ ହୋଇ ଅସୁସ୍ଥତା ଥିବା ଯୋଗୁଁ ପରିବାର ଲୋକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଡାକ୍ତର ସଜ ମାଳିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ହିମୋଗ୍ଲୋବିନ ପରିମାଣ ଆବଶ୍ୟକତା ଠାରୁ କମ ପ୍ରତିଶତ ରହିଥିବାରୁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ l ତେବେ ସଜ ମାଳିଙ୍କ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ନେଇ ଚିନ୍ତାରେ ପଡ଼ିଥିଲେ l ଏହି ସମୟରେ ଲାବଣ୍ୟ ମାଝୀ ଯୁବକ ସଂଘ ଗୋଷ୍ଠୀରେ ସଜ ମାଳିଙ୍କୁ ରକ୍ତର ଆବଶ୍ୟକ ଥିବା ନେଇ ମେସେଜ ଭାଇରାଲ ହୋଇଥିଲା l ଏହା ଦେଖି ଲାବଣ୍ୟ ମାଝୀ ଯୁବକ ସଂଘ ସଦସ୍ୟ ମୋହନ ମାଝୀ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏକ ୟୁନିଟ ଏବି ପଜିଟିଭ ରକ୍ତଦାନ କରି ମହାନ କାର୍ଯ୍ୟ କରିଛନ୍ତି l ମୋହନ ଙ୍କ ଏଭଳି ମାନସିକତାକୁ ଲାବଣ୍ୟ ମାଝୀ ଯୁବକ ସଂଘର ମୁଖ୍ୟ ଉପ ସଭାପତି କରୁଣାକର ମାଝୀ ଏବଂ ସଭାପତି ଭୈରବ ମାଝୀଙ୍କ ସମେତ ସମସ୍ତ ସଦସ୍ୟ ସାଧୁବାଦ ଜଣାଇଛନ୍ତି l ତେବେ ମୋହନଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା କାଠର କଣ୍ଢେଇ

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ରାୟଗଡାର ପୌରପାଳିକା ଅଧ୍ଯକ୍ଷ ଭାବେ ଦାୟିତ୍ୱ ନେଲେ ନବ ନିର୍ବାଚିତ ପି. ମହେଶ ପର୍ଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!