ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ “ମାଙ୍କଡ ଜୀବନ ରକ୍ଷା” ପାଇଁ ଅଭିନବ ଅନୁରୋଧ

ଭବାନିପାଟଣା ତା: ୧୨/୧୨/୨୦୨୨ – ଆଜି କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣାର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କୁ ସାକ୍ଷାତ କରି ଭବାନୀପାଟଣା ରୁ ରାୟଗଡ଼ା ରାସ୍ତାରେ ଲାଞ୍ଜିଗ଼ଡ଼ ଜଙ୍ଗଲ ଅଧିନସ୍ଥ ରାସ୍ତା ରେ ମାଙ୍କଡଙ୍କ ଜୀବନ ରକ୍ଷା ପାଇଁ ଅଭିନବ ଅନୁରୋଧ କରିଛନ୍ତି ଓ ତତ ସହିତ ଏହି ବିଷୟରେ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିଛନ୍ତି।୪ ର୍ଥ ରୁ ୭ ମ ଶ୍ରେଣୀ ପାଠ ପଢୁଥିବା ଛାତ୍ର ଛାତ୍ରୀମାନେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ଜିଲ୍ଲପାଳଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଜଣାଇଲେ ଓ ପୋଖରିବନ୍ଧ ନିକଟସ୍ଥ ଲାଞ୍ଜିଗଡ଼ ରାସ୍ତାରେ ପ୍ରତ୍ୟହ କିଭଳି ମାଙ୍କଡ ମାନଙ୍କର ଜୀବନହାନୀ ଘଟୁଛି ତା ଉପରେ ବର୍ଣ୍ଣନା କଲେ । ଅନେକ ଯାତ୍ରୀ ମାଙ୍କଡମାନଙ୍କୁ ସେହି ରାସ୍ତାରେ ଗାଡ଼ିରେ ଯାତ୍ରା କରିବା ସମୟରେ ବିଭିନ୍ନ ଖାଦ୍ୟ ଦେଉଛନ୍ତି ଏବଂ ମାଙ୍କଡମାନେ ସେଥିପାଇଁ ନିଜ ନିଜ ଭିତରେ ସଂଘର୍ଷ କରି ଅକାରଣରେ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯେଉଁ ଖାଦ୍ୟ ମାଙ୍କଡମାନଙ୍କ ପାଇଁ ହିତକର ନୁହେଁ ତାହା ଖାଇ ସେମାନେ ରୋଗୀଣା ହେଉଛନ୍ତି ଏଥି ପାଇଁ ସେହି ସ୍ଥାନରେ ସତର୍କତାମୂଳକ ସଚେତନତା ସାଇନ୍ ବୋର୍ଡ ଲଗା ଯାଉ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ଆଇନ୍ ର ସଦୁପଯୋଗ ହେଉ ବୋଲି ଅନୁରୋଧ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ବାବଦରେ ସମ୍ବେଦନଶୀଳ ହେଇ ଦରଖାସ୍ତ ସହିତ ଜିଲ୍ଲାପାଳଙ୍କୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଯେହେତୁ ଆସନ୍ତା ଡିସେମ୍ବର ୧୪ ତାରିଖରେ ବିଶ୍ଵ ମାଙ୍କଡ ଦିବସ ଥିବାରୁ ଏ ବାବଦରେ ସମସ୍ତେ ସଚେତନ ହୁଅନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାହୁଡିଲେ ମହାବାହୁ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

Leave a Comment

error: Content is protected !!