ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ

ପାପଡାହାଣ୍ଡି,12/12, ମନିସ – ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ମୃଗ ବିହାର ନିକଟରେ ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ ଜନାର୍ଦ୍ଧନ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ କହିବା ସହ ସରକାରଙ୍କ ଯୋଜନା ଗୁଡିକ ଠିକ ରୂପେ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ସାମ୍ୱାଦିକଙ୍କ ଖବରରୁ ମିଳିଥାଏ ବୋଲି କହିଥିଲେ | ନିଜସ୍ୱ ପାଣ୍ଠିରୁ 3ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ | ସେହିପରି ସମ୍ମାନୀତ ଅତିଥି ବିଧାୟକ ମନହର ରନ୍ଧାରୀ ଯୋଗଦେଇ ସାମ୍ବାଦିକ ଏକ ଅନୁଷ୍ଠାନ ବୋଲି କହିଥିଲେ | ଶହୀଦ ମାଟିର ସମସ୍ତ ସନ୍ତାନ କର୍ତ୍ତବ୍ୟ ରତ ନିଜର ସ୍ୱାର୍ଥ ତ୍ୟାଗ କରି ସର୍ବଦା ଜନ କଲ୍ୟାଣରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥାନ୍ତି | ସବୁବେଳେ ସକାରାତ୍ମକ ଚିନ୍ତା ଧାରା ରଖି କାର୍ଯ୍ୟ କରିବା ଲାଗି ଉପସ୍ଥିତ ସାମ୍ବାଦିକ ବନ୍ଧୁ ଙ୍କୁ କହିଥିଲେ | ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଳତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଡା. ଲିପିକା ମାଝୀ, ଏଡିଏମଓ ଭାସ୍କର ରଇତ ବିଡ଼ିଓ ରଞ୍ଜିତା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ | ଡାଳିମ୍ବଦେବୀ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାର ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା | ଆଦର୍ଶ ବିଦ୍ୟାଳୟ ଛାତ୍ରୀ ମନପ୍ରତି କୌର ଦେଶଭକ୍ତି ସଂଗୀତ ଗାନ କରିଥିଲେ |ଉକ୍ତ ବୈଠକ ରେ ବ୍ଲକ ଉପାଧକ୍ଷା ତଥା ଓୟୁଜେ ସଭାପତିସୁଶାନ୍ତ ବେହେରା ସାମ୍ବାଦିକ ଆଇନ ପ୍ରଣୟନ ପାଇଁ ଦାବି କରିଥିବା ସହ ସାମ୍ବାଦିକ ଜୀବନ ବୀମା ସୁରକ୍ଷା ରେ 2 ଲକ୍ଷ ବଦଳ ରେ 5 ଲକ୍ଷ ଦେବା ପାଇଁ ଦାବି କରିଥିଲେ | ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ସାମ୍ବାଦିକ ମାନେ ଲୋକଙ୍କ ସମସ୍ୟା ଉଜାଗର କଲାପରେ ନେତା କିମ୍ୱା ପ୍ରଶାସନ ପହଂଚି ପାରୁଛି ବୋଲି କହିଥିଲେ | ବିଧାୟକ ନିଜ ପାଣ୍ଠି ରୁ 5 ଲକ୍ଷ ଟଙ୍କା ଓ ଜିଲ୍ଲା ପରିଷଦ ଅଧକ୍ଷ ନିଜ ପାଣ୍ଠି ରୁ 2 ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ | ପାପଡାହାଣ୍ଡି ବ୍ଲକ ର ନିଜ ଗୌରବକୁ ନେଇ 15 ଜଣ ସଦସ୍ୟ ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ, ଡା. ଶାନ୍ତି ସ୍ୱରୂପ ପଟ୍ଟନାୟକ,ପୂର୍ବତନ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାଷ ମିଶ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରକାଶ ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଗୁରୁ ଓ ଈଶ୍ୱର ପଟ୍ଟନାୟକ, ଶବ୍ୟ ସାଚି ବିଷୋୟୀ,ବିରଞ୍ଚି ମାଝୀ,ସୋମନାଥ ବିଷୋୟୀ, ଚନ୍ଦନ ନାୟକ ଙ୍କୁ ସଂମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ର ମଞ୍ଚପରିଚାଳନା ସୁଦାମ ସେଠି କରିଥିବା ବେଳେ ଧନ୍ୟବାଦ ଅର୍ପଣ ଆଇନଜୀବି ସ୍ୱାଧୀନ ପଟ୍ଟନାୟକ କରିଥିଲେ |ଦଳେଇଗୁଡା ସେବାଶ୍ରମ ବିଦ୍ୟାଳୟ, ପାପଡାହାଣ୍ଡି ଏସଏସଡ଼ି ବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ, ଏସଏସଡି ବିଦ୍ୟାଳୟ ଜଟାଵାଲା ର ଛାତ୍ରୀ ମାନେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ | ସାମ୍ବାଦିକସଂଘ ତରଫରୁ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଏସଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ, ବିଇଓ ବିରେନ୍ଦ୍ର ପାଢ଼ୀ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ |ଏହି କାର୍ଯ୍ୟକ୍ରମ ରେ ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟକତା ସ୍ବପ୍ନଜିତ ପଟ୍ଟନାୟକ, ନନ୍ଦ କିଶୋର ବିଷୋୟୀ, ଗୌତମ ଅଗ୍ରୱାଲ, ପୁର୍ଣ ଚନ୍ଦ୍ର ପାଢ଼ୀ, ସିଦ୍ଧାର୍ଥ ଜୋଏଲ, ଗୁରୁ ପ୍ରସାଦ ପଣ୍ଡା, ଦିପୁ ଦାସ, କିଶୋର ବିଷୋୟୀ, ଅନିଲ ଭତରା, ସନ୍ତୋଷ ହରିଜନ, ବିଜୟ ନାୟକ, କୈଳାଶ ବିଷୋୟୀ, ସୀତାରାମ ବିଷୋୟୀ,ଦେବୀ ହରିଜନ, ସୁବାସିନୀ କୁଲଦୀପ ସଂଜୀବ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

ବର୍ଷା ଋତୁ ଆସିଲେ ବାଲିଛଡା ଗାଁ ଲୋକଙ୍କ ମନରେ ଘାରି ଆସେ ଚିନ୍ତା

Sunil Chandra Nayak

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!