ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ପ୍ରକାଶନୀ ତରଫରୁ ରଶ୍ମିପ୍ରଭା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ଆଲୋଚନାଚକ୍ର

ରାଉରକେଲା/ ରଶ୍ମି ପ୍ରକାଶନୀ ତରଫରୁ ତ୍ରୈମାସିକ ପତ୍ରିକା ରଶ୍ମିପ୍ରଭା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ଆଲୋଚନା ଚକ୍ର ଗୋପବନ୍ଧୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦନା ମଣ୍ଡଳୀ ର ବରିଷ୍ଠ ସଦସ୍ୟ ଶିକ୍ଷାବିତ ରାଧାକାନ୍ତ ମହାରଣାଙ୍କ ସଭାପତିତ୍ବ ଓ ପୁସ୍ତକର ସଂପାଦକ ମନୋଜ କୁମାର ନନ୍ଦଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ଅଶ୍ବିନୀ କୁମାର ରାୟ ମୁଖ୍ୟଅତିଥି, ଡଃ ଉମାକାନ୍ତ ପଣ୍ଡା ମୁଖ୍ୟବକ୍ତା,ସମୀକ୍ଷକ ଭାବେ ହରମୋହନ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୟନ କୁମାର ପତି ପ୍ରମୁଖ ଯୋଗଦେଇ ରଶ୍ମିପ୍ରଭା ପୁସ୍ତକକୁ ଲୋକାର୍ପିତ କରିବା ସହ ଆଲୋଚ୍ୟ ବିଷୟ ‘ ଓଡିଆ ଭାଷା ସାହିତ୍ୟ ହଜିଯାଉଛି କାହିଁକି ‘ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କଳ୍ପନା ନନ୍ଦଙ୍କ କବିତା ସଂକଳନ ‘ କଳ୍ପନା ବିଳାସ’ କୁ ମଧ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଖ୍ୟଅତିଥି ଡଃ ରାୟ କହିଲେ ଯେ ଆମ ଭାଷାର ଅବକ୍ଷୟ ପାଇଁ ଆମ୍ଭେମାନେ ଦାୟୀ। ଆମେ ଆମର ମାତୃଭାଷାକୁ ବ୍ୟବହାର ପାଇଁ କୁଣ୍ଠାବୋଧ କରୁଛୁ ।ଧିରେ ଧିରେ ଆମେ ସଂକ୍ଷିପ୍ତ ରୁ ସଂକ୍ଷିପ୍ତ ହୋଇଚାଲୁଛୁ। ଏଥିପାଇଁ ଏଜାତି ସ୍ବପ୍ନରେ ବଂଚିବ ବୋଲି ଶ୍ରୀ ରାୟ ଆଶଙ୍କା ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଡଃ ପଣ୍ଡା ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରି କହିଲେ ଯେ ଭାଷା ଓ ସାହିତ୍ୟ ପ୍ରଥମେ ସମ୍ବେଦନଶୀଳ ।ଏହା ସହ ପ୍ରାକୃତ, କାନକୁହା ଓ ଓଡିଆ ଭାଷାର ଉତ୍ପତ୍ତି ସଂପର୍କରେ ବକ୍ତବ୍ଯ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ପତି ଆଲୋଚ୍ୟ ବିଷୟ ଓ ସମୀକ୍ଷକ ଶ୍ରୀ ମିଶ୍ର ପୁସ୍ତକ ଦ୍ବୟ ସଂପର୍କରେ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ବ ଓ ରଶ୍ମି ସାହୁ ତଥା ସୁକାନ୍ତ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ନିରୁପମା ପତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ମହାରଣା ଓଡିଆ ଭାଷା ଓ ସାହିତ୍ୟ ସଂପର୍କରେ ବକ୍ତବ୍ଯ ରଖିବା ସହ ଏଭଳି କାର୍ଯ୍ୟକ୍ରମର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ବେତ କୁମାର ବେହେରା,ତାରିଣୀ ଚରଣ ସାହୁ,ମୀନକେତନ ପଶାୟତ,କୁଞ୍ଜବିହାରୀ ରାଉତ,କଳ୍ପନା ନନ୍ଦ, ପ୍ରଫୁଲ୍ଲ ସାମଲ, ଗଙ୍ଗାଧର ପୁହାଣ,ମମତା ଜେନା, ରଙ୍କନିଧି ସେଠୀ, ବିଭୁ ନାୟକ,ତ୍ରିଲୋଚନ ମଥାନ, ସାର୍ଥକ ପ୍ରସାଦ ସାହୁ,ବିଷ୍ଣୁ ପ୍ରସାଦ ରାଉତ,ଉମାକାନ୍ତ ତିୱାରୀ, ଶ୍ରେୟସୀ ସାହୁ, ମୋନିକା କୁମାରୀ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅଛି ଯଦି ତୁମେ ମନେ 

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

Leave a Comment

error: Content is protected !!