ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

କୋକସରା,୧୩/୧୨- କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧୀନରେ ଥିବା ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଲିଛି। ଗ୍ରାମବାସୀ ଦିର୍ଘ ବର୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ନୂଆପଡା ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ବିବେଚିତ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।ସୋମବାର ଏନେଇ କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର ଓ କର୍ମଚାରୀ ନୂଆପଡା ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାର ଦେବବ୍ରତ କରାଟି, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଓ ରାଜସ୍ୱ ନିରୀକ୍ଷିକା ଝାନ୍ସି ରାଣି ଦିଶାରୀ, ସୁପର ଭାଇଜର ଅଜୟରାଜ ଶିଖା ଓ ବିଭାଗୀୟ କର୍ମଚାରୀ ଙ୍କୁ ମହିଳା ମାନେ ହୁଳହୁଳି ବନ୍ଦାପନା କରି ନାଚଗୀତ ଓ ବାଜା ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ତହସିଲଦାର ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଏକ ବୈଠକରେ ନୂଆପଡା ଗ୍ରାମକୁ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ୱ ଗ୍ରାମ ଘୋଷଣ କରିଥିବା ସୁଚନା ଦେଇଛନ୍ତି। ଏହି ଅବସରରେ ୱାର୍ଡ଼ ସଭ୍ୟା ପୁଷ୍ପାଞ୍ଜଳି ବାଗ, ଅଭିମନ୍ୟୁ ବାଗ, ଦୁଷ୍ମନ୍ତ କୁମାର ପାତ୍ର, ଚନ୍ଦ୍ରଶେଖର ଦିଶାରୀ, କମଳ ଦିଶାରୀ, କୃଷ୍ଣ ଚନ୍ଦ୍ର ବାଗ, ଯଦୁମଣି ବାଗ, ରାଜକିଶୋର ପାତ୍ର, ଲୋକନାଥ ପାତ୍ର, ତ୍ରିନାଥ ବାଗ, କ୍ଷୀରସିନ୍ଧୁ ବାଗ, ହେମନ୍ତ ବାଣୁଆ, କୁମରମଣି ବାଗ, ଦୟାନିଧି କଟା ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିବା ବେଳେ ତହସିଲଦାର ଗାଁ ସ୍କୁଲକୁ ନିଜ ହାତରୁ ମୋ ସ୍କୁଲ ଅଭିଯାନକୁ ୧୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା..୯ ହଜାରରୁ ହେଲା ୧୨୨୮୦ ଟଙ୍କା

Sunil Chandra Nayak

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

Leave a Comment

error: Content is protected !!