ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶେଶ୍ୱର ଦାସଙ୍କ ପରଲୋକ

କୋକସରା,୧୩/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟର ଗ୍ରାମର ବିଶେଶ୍ୱର ଦାସଙ୍କ ୮୦ ବର୍ଷ ବୟସରେ ଆଜି ନିଜ ମୋଟର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ୪ ପୁଅ ବୋହୂ, ନାତି ନାତୁଣୀ, ୪ ଝିଅ ଜ୍ୱାଇଁ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ କୃଷକ, ଶିକ୍ଷକ, ନୃତ୍ୟ ଗୁରୁ, ଘୁମୁରା ଗୁରୁ , ରାଜନେତା ତଥା ସମାଜସେବୀ ଥିଲେ । ଗାଁ ଶ୍ମଶାନ ରେ ଆଜି ସନ୍ଧ୍ୟାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ବଡ ପୁଅ ନଳିନ ଦାସ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମସିହା ନିଉଜ ସର୍ଭିସ୍ 

Related posts

ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ।

Sunil Chandra Nayak

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!