କୋକସରା,୧୩/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟର ଗ୍ରାମର ବିଶେଶ୍ୱର ଦାସଙ୍କ ୮୦ ବର୍ଷ ବୟସରେ ଆଜି ନିଜ ମୋଟର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ୪ ପୁଅ ବୋହୂ, ନାତି ନାତୁଣୀ, ୪ ଝିଅ ଜ୍ୱାଇଁ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ କୃଷକ, ଶିକ୍ଷକ, ନୃତ୍ୟ ଗୁରୁ, ଘୁମୁରା ଗୁରୁ , ରାଜନେତା ତଥା ସମାଜସେବୀ ଥିଲେ । ଗାଁ ଶ୍ମଶାନ ରେ ଆଜି ସନ୍ଧ୍ୟାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ବଡ ପୁଅ ନଳିନ ଦାସ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
previous post