ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ସିଡ଼ିପିଓ ଙ୍କ ପରଲୋକ

ଜୁନାଗଡ, ୨୨/୧୨ (ମ ନି ସ) ଜୁନାଗଡ ର ସିଡିପିଓ ସଂଯୁକ୍ତା ବେହେରା(୫୭) ଙ୍କ ହୃଦଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସକାଳ ୬ ଟା ସମୟ ରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସେ ଜୁନାଗଡ ରେ ୨୦୧୪ ରେ ସିଡିପିଓ ପଦବି ରେ ଯୋଗ ଦେଇଥିଲେ, ତାଙ୍କ ଉଲ୍ଲେଖନୀୟ କର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୬ ମସିହା ରେ ଜିଲ୍ଲା ସ୍ତର ରେ ପୁରସ୍କୃତ ହୋଇଥିଲେ,ସେ ୨୦୦୭ ଏବଂ ୨୦୧୦ ମସିହା ରେ କେସିଙ୍ଗା ରେ କାର୍ଯ୍ୟରତ ଥିବା ସମୟ ରେ ମଧ୍ୟ ପୁରସ୍କୃତ ହୋଇଥିଲେ। ସେ ୨୦୧୮ ମସିହା ରେ ୧୨୬୫ ଏସ୍ଏଚଜି ଗଠନ କରି ଜିଲ୍ଲା ସ୍ତର ରେ ମହିଳା ସଶକ୍ତିକରଣ ରେ ଉଦାହରଣ ସାଜିଥିଲେ। ସିଡ଼ିପିଓ ସଂଯୁକ୍ତା ବେହେରା ଙ୍କ ବିୟୋଗ ରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଅଫିସ କର୍ମଚାରୀ, ଅଙ୍ଗନବାଡି, ଆଶାକର୍ମୀ ଏବଂ ସହକର୍ମୀ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଦିଲ୍ଲୀରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେବାପାଇଁ ଜିଲ୍ଲାରୁ ୨୦୦ ରୁ ଉର୍ଧ୍ବ କର୍ମୀ ଓ ସାମ୍ବାଦିକଙ୍କ ଦିଲ୍ଲୀ ଯାତ୍ରା

Sunil Chandra Nayak

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

masiha

ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଖଣ୍ଡନ

Leave a Comment

error: Content is protected !!