ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ସିଡ଼ିପିଓ ଙ୍କ ପରଲୋକ

ଜୁନାଗଡ, ୨୨/୧୨ (ମ ନି ସ) ଜୁନାଗଡ ର ସିଡିପିଓ ସଂଯୁକ୍ତା ବେହେରା(୫୭) ଙ୍କ ହୃଦଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସକାଳ ୬ ଟା ସମୟ ରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସେ ଜୁନାଗଡ ରେ ୨୦୧୪ ରେ ସିଡିପିଓ ପଦବି ରେ ଯୋଗ ଦେଇଥିଲେ, ତାଙ୍କ ଉଲ୍ଲେଖନୀୟ କର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୬ ମସିହା ରେ ଜିଲ୍ଲା ସ୍ତର ରେ ପୁରସ୍କୃତ ହୋଇଥିଲେ,ସେ ୨୦୦୭ ଏବଂ ୨୦୧୦ ମସିହା ରେ କେସିଙ୍ଗା ରେ କାର୍ଯ୍ୟରତ ଥିବା ସମୟ ରେ ମଧ୍ୟ ପୁରସ୍କୃତ ହୋଇଥିଲେ। ସେ ୨୦୧୮ ମସିହା ରେ ୧୨୬୫ ଏସ୍ଏଚଜି ଗଠନ କରି ଜିଲ୍ଲା ସ୍ତର ରେ ମହିଳା ସଶକ୍ତିକରଣ ରେ ଉଦାହରଣ ସାଜିଥିଲେ। ସିଡ଼ିପିଓ ସଂଯୁକ୍ତା ବେହେରା ଙ୍କ ବିୟୋଗ ରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଅଫିସ କର୍ମଚାରୀ, ଅଙ୍ଗନବାଡି, ଆଶାକର୍ମୀ ଏବଂ ସହକର୍ମୀ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

୩ମାସର ଚାଉଳ ବଣ୍ଟନ ମହଲତ ଆଜି ଶେଷ, ୩ପଞ୍ଚାୟତ ପାଇଲେ ୩ପାଇଲେ ନି

Sunil Chandra Nayak

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

Leave a Comment

error: Content is protected !!