ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ୱାସ୍ଥ୍ୟ ବିଭାଗ ର ଦମନ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୨୨/୧୨/୨୨ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ୱାସ୍ଥ୍ୟ ବିଭାଗ ବ୍ଲକ ର ୨୭ଟି ଦୂର୍ଗମ ଅଞ୍ଚଳ କୁ ଫୋକସ କରି ଦମନ କାର୍ଯ୍ୟକ୍ରମ ଜାରି ରଖିଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଉକ୍ତ ଅଞ୍ଚଳବାସୀଙ୍କୁ ମ୍ୟାଲେରିଆ ଭଳି ପଞ୍ଚ ବ୍ୟାଧି ନେଇ ଜନ ସଚେତନତା କରା ଯାଉଛି। ମ୍ୟାଲେରିଆ ପରୀକ୍ଷା (RDT) କରାଯାଉଛି। ୦ ରୁ,ପାଞ୍ଚ ବର୍ଷ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବିଶେଷ ଭାବେ,(NUAC)ପରୀକ୍ଷା କରାଯାଉଛି। ବୃଦ୍ଧ ବୃଦ୍ଧା ତଥା ଗର୍ଭବତୀ ଙ୍କ ଓଜନ,ବ୍ଲଡ଼ ପ୍ରେସର ପରୀକ୍ଷା କରାଯିବା ସହ ଆଇରନ ବଟିକା ବଣ୍ଟନ କରାଯାଉଛି।ଜଳବନ୍ଦୀ ଅଞ୍ଚଳ ଟାଙ୍ଗନିକୋଟ ,ବାଗ୍ରା ରେ ଯଥାକ୍ରମେ 185 ଓ 90ଜଣ ଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା ରିପୋର୍ଟ ନେଗେଟିଭ ଥିଲା। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ର ବରଡା ଝୋଡି ଅଞ୍ଚଳରେ ମଧ୍ୟ 185 ଜଣ ଙ୍କ ମ୍ୟାଲେରିଆ ଟେଷ୍ଟ କରାଯାଇଛି ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡ଼ିଛି। ବରଡା ଝୋଡି ରେ  ସ୍ୱାସ୍ଥ୍ୟ ବିଭାଗ ଟିମ ରାତିରେ ଅବସ୍ଥାନ କରି ସ୍ଥିତି ଓ ପରିବେଶ ଓ ଚଳଣି ଅନୁଧ୍ୟାନ କରିଥିଲେ। ଆଇରନ ବଟିକା ବଣ୍ଟନ କରିଥିଲେ।ଡାକ୍ତର ଅମରେଶ ମହାନ୍ତି ,ଏଲ ଏଚ ଭି ମର୍ଶେଲା ବାର୍ଳା, ପି ଏଚ ଇ ଓ ରଞ୍ଜିତା ସାମଲ ,ସ୍ୱାସ୍ଥ୍ୟ ସୁପର ଭାଇଜର ପ୍ରଦୀପକୁମାର ଦାଶ, ତୃଷ୍ଣାମୟୀ ବେହେରା ,ରଶ୍ମିତା ପଲେଇ ସଂଜୀବ ସାଗର ହିଆଲ କେ କ୍ରିଷ୍ଣା କୁମାର ପଟ୍ଟନାୟକ ପ୍ରମୁଖ ବରଡା ଝୋଡି ଦମନ କାର୍ଯ୍ୟକ୍ରମ ଓ ନାଇଟ ସର୍ଭେଲାନ୍ସ ରେ ସାମିଲ ଥିଲେ।।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଡେଙ୍ଗୁ ସଚେତନ ଶିବିର

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ ପରିସରରେ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅଷ୍ଟେଓପାଥୀ କର୍ମଶାଳା

Sunil Chandra Nayak

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

Leave a Comment

error: Content is protected !!