ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

କନ୍ଧମାଳ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି  ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ  ମାମଲାର ବିଚାରଣା କରି ଘଟଣାର   ସାକ୍ଷୀ, ଡାକ୍ତରୀ ରିପୋର୍ଟ  ଆଧାରରେ ମାମଲାର ଅଭିଯୁକ୍ତ ଗଣେଶ ବେହେରା ଦଳେଇ ଙ୍କୁ 

ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ  ଅଭିଯୁକ୍ତକୁ ଆଉ ଅଧିକ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପି ପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ଘଟଣା ଅନୁସାରେ ବ୍ରାହ୍ମଣୀ ଗାଁରେ ଗତ ୨୦୨୦ ଜାନୁଆରୀ ୨୬ ତାରିଖ ସକାଳ ୮ :୩୦ ରେ ନାବାଳିକା ନିଜ ଘରକୁ ଯାଉ ଥିବା ସମୟରେ ଅଭିଯୁକ୍ତ ଗଣେଶ  ଜୋର ଜବରଦସ୍ତ ଉଠାଇ ନେଇ  ନାବାଳିକାକୁ ବୁଦା ଜଙ୍ଗଲରେ ଦୁଷ୍କର୍ମ କରିଥିଲା l ଏ ନେଇ ନାବାଳିକା ର ପରିବାର ଲୋକେ ବ୍ରାହ୍ମଣୀ ଗାଁ ଥାନାରେ ଏତଲା ଦେଇଥିଲେ l ପୋଲିସ ଏ ସଂକ୍ରାନ୍ତରେ ୯/୨୦ ମାମଲା ରୁଜ୍ଜୁ କରିବାସହ ଅଭିଯୁକ୍ତ ଗଣେଶ କୁ ଗିରଫ କରି ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।

ସେହି ମାମଲାର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପିଡିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

ପେଟ୍ରୋଲ ପିଡିତା ସୁଭଦ୍ରା କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

Leave a Comment

error: Content is protected !!