ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ: ୪୦ ଲିଟର ମଦ ଜବତ,୪ ଗିରଫ୍

ଅବକାରୀ ଚଢାଉ: ୪୦ ଲିଟର ମଦ ଜବତ,୪ ଗିରଫ୍

ବସ୍ତା ,୧୬l୨: ଜିଲା ଅବକାରୀ ଅଧୀକ୍ଷକ ସୁଶାନ୍ତ ପାଢୀ ଏବଂ ଭ୍ରାମ୍ୟମାଣ ଅବକାରି ସ୍କ୍ବାର୍ଡ଼ ନିରୀକ୍ଷକ ହରିହର ସିଂଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଓ ବାଲିଆପାଳ ଅବକାରୀ ବିଭାଗ ପକ୍ଷରୁ ବାଲିଆପାଳ ଥାନା ଅନ୍ତର୍ଗତ ରେମୁ,ସରଡ଼ିହା,ବିରିପାଲିଆ ଏବଂ ସିଂଲା ଥାନା ଅନ୍ତର୍ଗତ ପାଉଶକୁଲି ମାଛ ମାର୍କେଟ ଅଞ୍ଚଳରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ସହ ଚାରିଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମର ଶିବ ମାଝୀ(୬୪),ସରଡ଼ିହା ଗ୍ରାମର ଶଙ୍କର୍ଷଣ ମହାନା,ବିରିପାଲିଆ ଗ୍ରାମର ନରେନ୍ଦ୍ର ପଣ୍ଡିତ ଏବଂ ବସ୍ତା ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର କମଳାକାନ୍ତ ସାହୁ(୩୮)।ଚଢାଉରେ ଅଭିଯୁକ୍ତ ମାନଙ୍କ ନିକଟରୁ ସର୍ବମୋଟ ୩୭ ଲିଟର ଦେଶୀମଦ ଓ ୩.୪୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।ଗିରଫ ଅଭିଯକ୍ତଙ୍କ ବିରୁଦ୍ଧରେ ଚାରୋଟି ପୃଥକ ପୃଥକ ମାମଲା ରୁଜୁ ହୋଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଉକ୍ତ ଚଢାଉରେ ବସ୍ତା ଅବକାରୀ ଉପ ନିରୀକ୍ଷକ ଭକ୍ତଚରଣ ସ୍ବାଇଁ,ବାଲିଆପାଳ ଅବକାରୀ ଉପ ନିରୀକ୍ଷକ ନୃସିଂହ ନାରାୟଣ ରଥ,ମୋବାଇଲ ସ୍କ୍ବାର୍ଡ଼ ଏ ଏସ ଆଇ ମଙ୍ଗଳ କୁମାଲ ସିଂ,ଏଏସ ଆଇ ବାବାଜୀ ପଣ୍ଡିତ,ମିନତି ପରିଡ଼ା ଓ ସୁବ୍ରିକାନ୍ତି ବେହେରା ପ୍ରମୁଖ ସାମିଲ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ମୃତ୍ୟୁ/ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର/ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି ପୋଲିସ

Sunil Chandra Nayak

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ବଡ଼ଭାଇ ହାତରେ ସାନଭାଇର ଜୀବନ ଗଲା

masiha

ତିରିଂ ତହସିଲ ! ରାମବେଡା ନଦୀଘାଟରୁ ପଡୋଶୀ ଝାଡଖଣ୍ଡକୁ ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

Leave a Comment

error: Content is protected !!