ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରିଣୀଙ୍କ ୨୪ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ 

ମା ତାରିଣୀଙ୍କ ୨୪ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ 

କାମାକ୍ଷାନଗର (ମନିସ )16/2/24 // କଙ୍କଡାହାଡ଼ ବ୍ଲକ ସଦର ମହକୁମା ଶାଶାପସି ଗ୍ରାମ ରେ ମା ତାରିଣୀଙ୍କର ୨୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ।ପଣ୍ଡିତ ଯଜ୍ଞେସୁ ନାରାୟଣ ପଣ୍ଡା ଓ ପଞ୍ଚାନନ ପଣ୍ଡା ପୂଜାର୍ଚ୍ଚନା କରିଥିଲାବେଳେ ମଦନ ମୋହନ ଦାସ ଓ ମିନତୀ ଦାସ କର୍ତା ଦାଇତ୍ୱ ନିର୍ବାହ କରିଥିଲେ ।ଅଞ୍ଚଳ ତଥା ଗ୍ରାମର ମଙ୍ଗଳ କାମନା ଉଦ୍ଧେଶ୍ୟରେ ପଣ୍ଡିତଙ୍କ ମନ୍ତ୍ରରେ ହୋମ,ଯଜ୍ଞ ହୋଇଥିଲା ଆଖପାଖ ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଏହି ବାର୍ଷିକ ଉତ୍ସବରେ ଅଞ୍ଚଳର ମାନଗଣ୍ୟ ବ୍ୟକ୍ତି,ଧାର୍ମିକ ବ୍ୟକ୍ତି,ସାଧୁ ସଂଥଙ୍କ ସମାଗମ ହୋଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ଆସିଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ 

masiha

ବନ୍ଧୁଗାଁରେ ମାଣ୍ଡିଆ ମଣ୍ଡିର ଉଦଘାଟନ 

masiha

ପିକଅପ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର

masiha

Leave a Comment

error: Content is protected !!