ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବଂଗତ ବାନମ୍ୱର ଜେନା ଙ୍କୁ ଝୁରିଛି କୋରୋ ଗାଁ ମାଟି ଓ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ 

କେନ୍ଦ୍ରାପଡା, ତା – ୨୧ – ୧୨ – ୨୦୨୨, ଆଜି କେନ୍ଦ୍ରାପଡା ବ୍ଲକ କୋରୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋର ଗ୍ରାମର ସବ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ ପ୍ରାକ୍ତନ ବରିଷ୍ଠ କିରାଣୀ ଦିବଂଗତ ଆତ୍ମା ସ୍ଵର୍ଗତ ବାନମ୍ୱର ଜେନାଙ୍କ ୮୩ବର୍ଷ ବୟସରେ ବିୟୋଗ ପରେ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ସଭାପତି ତଥା ଶିକ୍ଷାବିତ କାଶୀନାଥ ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ କବି ଶୈଳଜା ଶଙ୍କର ସାମଲ ଓ ବିଷ୍ଣୁ ଚରଣ ସାମଲ । ମୁଖ୍ୟ ଅତିଥି ଭାବେ ଡକ୍ଟର ଯୁଧିଷ୍ଟିର ଖଟୁଆ ଏବଂ ସମ୍ମାନନୀୟ ଅତିଥିଭାବେ କବି ପ୍ରମୋଦ ତ୍ରିପାଠୀ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଶ୍ରୀ ବରାଳ ପ୍ରମୁଖ ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ବନାମ୍ୱର ଜେନା ଜଣେ ସରକାରୀ ଚାକିରୀ କରି ମଧ୍ୟ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସେ ତାଙ୍କ ଜୀବନର ପ୍ରାୟ ଅର୍ଦ୍ଧାଧିକ ସମୟ ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପିଦେବା ସହିତ ସାମାଜିକ କାର୍ଯ୍ୟକ୍ଷେତ୍ରରେ ନିଜକୁ ନିୟୋଜିତ କରି ଲୋକଙ୍କ ସେବା କରି ଆସୁଥିଲେ । ବିଶେଷକରି କେନ୍ଦ୍ରାପଡା ସତ୍ୟସାଇ ସେବା ସମିତିର ଆବାହକ ଓ କୋରୋ ସେବା ସମିତିର ପ୍ରତିଷ୍ଠାତା ଭାବେ ସେ କାର୍ଯ୍ୟକାରୀ ଅଧିକାଂଶ ସମୟରେ ପ୍ରସଂଶିତ ହୋଇଥିଲେ । ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଜଶ୍ରୀର ପ୍ରତିଷ୍ଠା ପର୍ବର ମୁଖ୍ୟ କର୍ଣ୍ଣଧାର ସ୍ଵର୍ଗତ ଜେନା ସାଇ ସଂଗଠନ ମାଧ୍ୟମରେ ସେବାକାର୍ଯ୍ୟ ଓ ସାହିତ୍ୟ ସଭାଆଦି ବ୍ୟବସ୍ଥାକରି ପୂଜ୍ୟ ପୂଜାର ସମ୍ମାନ ଦେଉଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ପ୍ରଥମେ ତାଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପ ମଲ୍ୟ ଅର୍ପଣ ପୂର୍ବକ ୨ ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରା ଯିବା ସହିତ ସତ୍ୟସାଇ ଭଜନ, ଗୀତାପାଠ ଓ କବିତା ପାଠଉତ୍ସବ ସହିତ ଶ୍ରଦ୍ଧାଳୁମାନେ ଶ୍ରଦ୍ଧା ସମର୍ପଣ କରୁଥିଲେ । ଇତ୍ୟ ବସରରେ ଭିନ୍ନକ୍ଷମ ମାନଙ୍କୁ ସୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ମଞ୍ଚ ସମ୍ମୁଖରେ ଅନ୍ୟମାନଙ୍କ ମଧ୍ୟରେ କବି ଗୀତାଞ୍ଜଳି ସାହୁ, ଶିକ୍ଷାବିତ ସୁଜିତ କୁମାର ପଣ୍ଡା, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, କେନ୍ଦ୍ରାପଡା ଶ୍ରୀ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ନାୟକ, ପୁର୍ବତନ ସରପଞ୍ଚ ଭାଗିରଥି ଜେନା, ଉକ୍ତ ପଂଚାୟତ ର ଲୋକ ପ୍ରତିନିଧି ତଥା କୋରୋ ସମବାୟ ସମିତି ସଭାପତି ଶ୍ରୀ ରଂଜିତ ପ୍ରସାଦ ଜେନା, ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ମଲିକ, ବରିଷ୍ଠ ସମବାୟ ସମିତି ସମ୍ପାଦକ ନେତ୍ରା ନନ୍ଦ ସାହୁ,ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ଯାଜପୁରରୁ ଆସିଥିବା ବିଶିଷ୍ଟ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ମଲ୍ଲିକ ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ସ୍ଵର୍ଗତ ଜେନାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସୁନ୍ଦର ବାଲୁକା ମୂର୍ତ୍ତି ନିର୍ମାଣ କରିଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ -୨୦୨୩ ପାଳିତ 

Sunil Chandra Nayak

Leave a Comment

error: Content is protected !!