ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଧିର ର ତ୍ରିଂଶତିତମ ବାର୍ଷିକ ଉତ୍ସବ 

ଉତ୍କେଲା,୨୩/୧୨,:କେସିଙ୍ଗା ବ୍ଲକ ଉତ୍କେଲା ସରସ୍ବତୀ ବିଦ୍ୟାମନ୍ଧିର ଠାରେ ତ୍ରିଂଶତିତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପାଲିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜୟହରି ପୁଟେଲ ଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ ମୁଖ୍ୟ ଅତିଥି,ଓଡିଆ ଅଧ୍ୟାପକ ହରପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ସମ୍ମାନିତ ଅତିଥିଗଣ ଉତ୍କେଲା ସମିତିସଭ୍ୟ ତ୍ରିନାଥ ମାଝି,ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି କିକିଆ ସରପଞ୍ଚ କିଶୋର କୁମାର ପ୍ରଧାନ,କୁଣ୍ଡାବନ୍ଦ ସରପଞ୍ଚ ରୋଜି ପ୍ରଧାନ, ଗ୍ରାମ୍ୟ ରୋଜଗାର ଟିଟିଲାଗଡ ର ଶ୍ରି ରମେଶ ଚନ୍ଧ୍ର ଯୋଶି ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର, ବିଦ୍ୟାଳୟ ର ସଂପାଦକ କୁଶଚନ୍ଧ୍ର ସାହୁ,ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗ ରେ ମହା ଆଡମ୍ବର ରେ ତ୍ରିଂଶତିତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି।ଉତ୍ସବ ରେ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସଭା କାଯ୍ୟ ପରିଚାଳନା କରିଥିଲେ ଆଚାର୍ଯ୍ୟ ପ୍ରଦୁମ୍ନ କୁମାର ଭୋଇ।  ଗୁରୁଜି ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟ ର ଶିଶୁ ମାନଙ୍କର ସାସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

masiha

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

masiha

ଏକ ନିଆରା ନୂଆଁଖାଇ ଭେଟ ଘାଟ

masiha

Leave a Comment

error: Content is protected !!