ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଲ ଅଧିକାରୀଙ୍କ ଦରମା ସଂଶୋଧନ ବିଜ୍ଞପ୍ତି ପ୍ରକାଶ

ରାଉରକେଲା/ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଅଧୀନରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଦରମା ସଂଶୋଧନ ହେବା ସହିତ ନୂଆ ବର୍ଷରୁ କାର୍ଯ୍ୟକାରୀ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶେଷକରି କନିଷ୍ଠ ଅଧିକାରୀ ମାନେ ଏହାଦ୍ୱାରା ଅଧିକ ଉପକୃତ ହେବେ। ଗତକାଲି ଡିସେମ୍ବର ୨୨ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏହା ୧.୧.୨୦୨୩ ତାରିଖରୁ ଲାଗୁ ହେବ। ସେପ୍ଟେମ୍ବର ୨୨ ତାରିଖରେ ସେଲ କର୍ତୃପକ୍ଷ ଓ ଇସ୍ପାତ ଅଧିକାରୀ ମହାସଂଘ ମଧ୍ୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଆଧାରରେ ଏହା ପ୍ରକାଶ ପାଇଛି। ସେତେବେଳେ ଅନୁଷ୍ଠିତ ବୈଠକରେ ଇସ୍ପାତ ଅଧିକାରୀ ମହାସଂଘ (ସେଫି)ର ଅଧ୍ୟକ୍ଷ ଏନ. କେ. ବନଛୋର, ସେଫି ସାଧାରଣ ସମ୍ପାଦକ ତଥା ରାଉରକେଲା ଇସ୍ପାତ କାରଖାନା ଅଧିକାରୀ ସଂଘ ନେତା ଅବକାଶ ମଲ୍ଲିକ ପ୍ରମୁଖ କନିଷ୍ଠ ଅଧିକାରୀ ( ଜୁନିଅର ଅଫିସର) ମାନଙ୍କ ବିଭିନ୍ନ ଦାବିର ସମାଧାନ ଓ ସୁବିଧା ପ୍ରଦାନ ବାବଦରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର କନିଷ୍ଠ ଅଧିକାରୀ ମାନେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାରିଥିଲେ। ଏହି କାରଣରୁ ସେମାନଙ୍କ ସମସ୍ୟାର ସମାଧାନ ହେବାରେ ୨୦୧୭ ରୁ ୨୦୨୦ ଯାଏଁ ବିଶେଷ କିଛି ଅନୁକୂଳ ଅଗ୍ରଗତି ହୋଇ ପାରିନଥିଲା। ଏହାଛଡ଼ା କୋର୍ଟ ମଧ୍ୟ ସେମାନଙ୍କ ପ୍ରସଙ୍ଗ ନେଇ ସହମତ ନ ହେବାରୁ ମାମଲା ଖାରଜ ହୋଇ ଯାଇଥିଲା। ଏହାପରେ ଆରଏସପି ଅଫିସର ସଂଘ ନେତା ତଥା ସେଫି ସାଧାରଣ ସମ୍ପାଦକ ଅବକାଶ ମଲ୍ଲିକ, ସେଫି ଅଧ୍ୟକ୍ଷ ନରେନ୍ଦ୍ର ବନଛୋରଙ୍କ ସହଯୋଗ ଓ ସମର୍ଥନ କ୍ରମେ ଏହି ପ୍ରସଙ୍ଗ ସେଲ କର୍ତୃପକ୍ଷଙ୍କ ଆଗରେ ରଖି ବହୁ ଦିନରୁ ପଡ଼ି ରହିଥିବା ଜୁନିଅର ଅଫିସରଙ୍କ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଥିଲେ। ଏହି ସଫଳତା ପରେ ୨୦୦୮-୨୦୧୦ ବ୍ୟାଚ ଅଫିସର ମାନେ ନ୍ୟାୟ ପାଇପାରିବେ। ଏହି ସଫଳତା ବାବଦରେ ପ୍ରଚାରିତ ହେବାପରେ ଜୁନିଅର ଅଫିସର ମାନେ ଉଲ୍ଲସିତ ହେବା ସହିତ ଶ୍ରୀ ବନଛୋର ଓ ଶ୍ରୀ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବହୁ ପ୍ରତିକ୍ଷୀତ ଦାବି ପୂରଣ ଓ ସମସ୍ୟାର ସମାଧାନ ହୋଇଥିବାରୁ ସେଲ ଅଧ୍ୟକ୍ଷ ଶ୍ରୀମତୀ ସୋମା ମଣ୍ଡଳ, ସେଲର କାର୍ମିକ ନିର୍ଦେଶକ କେ. କେ. ସିଂ, ଆରଏସପିର ଭାରପ୍ରାପ୍ତ ନିର୍ଦେଶକ ଅତନୁ ଭୌମିକ ଏବଂ ସମଗ୍ର ସେଲ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜେଇ ଅନୁପସ୍ଥିତ ରହୁଥିବାରୁ ଉଦେଶୃଙ୍ଗ ଠାରୁ ନୂଆଗାଁର ରାସ୍ତା କାମ ନିମ୍ନମାନର ଅଭିଯୋଗ

Sunil Chandra Nayak

ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!