ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

 l l  ପ୍ରଭୁ ନିରପେକ୍ଷ l l

ମେରୀଙ୍କ କୋଳରେ ମେଣ୍ଢା ଗୁହାଳରେ 
        ତବ ଆଗମନେ ପ୍ରଭୁ 
            ଆନନ୍ଦ ଧରାରେ 
ଏ ମାନବ ସମାଜ ମନୁ ଗଲା ଭୟ 
ମିଳିଗଲା ମୁକ୍ତି ମାର୍ଗରେ—-।
ପଥ ସତ୍ଯ ତୁମେ ଜୀବନ ବି ତୁମେ 
            ପିତା ପାଖେ ନିଅ ତୁମେ 
ଆହେ ପ୍ରଭୁ ଯୀଶୁ ବିଶ୍ବାସ ମୋ ଆସୁ 
         ଯିବା ପାଇଁ ସ୍ବର୍ଗ ଧାମେ 
ମୋ ପାପୀ କଳେବର ପାପ ମୁକ୍ତ କର 
         ପ୍ରଭୁ ତବ ଆଶୀର୍ବାଦରେ——।
ଯୀଶୁ ଦିବ୍ଯ ବାଣୀ ଜନେ ତାହା ଶୁଣି 
          ଈଶ୍ବର କ୍ଷମା ସାଗର 
ପ୍ରଭୁ ନିରପେକ୍ଷ ଲୟେ କଲେ ଲକ୍ଷ୍ଯ 
           ପାପକୁ କଲେ ସ୍ବୀକାର 
ଏ ପାର୍ଥିବ ଶରୀର ହୋଇବ ଅମର 
         ଧ୍ଯାୟ ତୁ ତାହାଙ୍କୁ ନିତ୍ଯରେ—–।
ହେ ବିଶ୍ବ ଆଲୋକ ମୁକ୍ତି ପ୍ରଦର୍ଶକ 
        ଏ ପାପୀକୁ ଦିଅ ମୁକ୍ତି 
ନିତି ପ୍ରାର୍ଥନାରେ ମୋ କଣ୍ଠ ସ୍ବରରେ 
      ଶୁଭୁ ଦୟା କ୍ଷମା ଗୀତି 
ମୋ ପଙ୍କିଳ ହୃଦୟ ହେଉ ମଧୁମୟ 
         ପ୍ରଭୁ ଗୁଣଗାନ ଗାଇରେ—-।

     ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ
ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

Sunil Chandra Nayak

ପ୍ରତାପ କେଶରୀ ସାହୁ ଙ୍କ କବିତା // ଆସୁଛି ମକର ମେଳା

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା = ବର୍ଷା

masiha

Leave a Comment

error: Content is protected !!