ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

ତେନ୍ତୁଳିଖୁଣ୍ଟି : ୨୫/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ପୂଜାରୀଗୁଡା ପଞ୍ଚାୟତ କୁଜାଯାନୀଗୁଡା ଗ୍ରାମର ଗୋପୀନାଥ ଯାନୀଙ୍କ ଚାଷ ଜମିରୁ ୨୧/୧୨/ ବୁଧବାର ରାତିରେ ଏକ ପାଣି ମଟର ଚୋରି ହୋଇଥିଲା । ଏନେଇ ଗୋପୀନାଥ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ପୋଲିସ ଚୋରି ହୋଇଥିବା ସ୍ଥାନରେ ଯାଇ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ କୁଜାଯାନୀ ଗୁଡ଼ାର ବରିଷ୍ଠ ଚାଷୀ ଗୋପୀନାଥ ଯାନୀ ଗାଁ ନିକଟରେ ଥ‌ିବା ତାଙ୍କ ଜମିରେ ଚାଷ କରିବା ଉଦ୍ଦେଶ୍ୟରେ ଏକ ପାଣି ମଟର ଲଗାଇ ଥିଲେ । ତେବେ ୨୧/୧୨ ବୁଧବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଚାଷ ଜମିରେ ଲାଗିଥିବା ପାଣି ମଟର ଚୋରି କରି ନେଇଥିଲେ। ସକାଳୁ ଚାଷୀ ଶ୍ରୀ ଯାନୀ ଏହା ଦେଖ୍ ତେନ୍ତୁଳିଖୁଣ୍ଟି ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଜି ଥାନା ଆଇଆଇସି ଟଙ୍କଗିରି ଭୋଇ, ଏଏସଆଇ ଶିବ ପ୍ରସାଦ ଦଳେଇ ଚୋରିହୋଇଥିବା ମୋଟର ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।।ଏହି ତିନି ଜଣ ହେଲେ ଅଞ୍ଚଳଗୁମା ଗ୍ରାମର ଗୁରୁଦେବ ହରିଜନ(୨୫) ଋଷି ମାଝୀ (୨୮) ଓ ଚକା ନାୟକ (୨୬) ଗିରଫ କରି ତେନ୍ତୁଳିଖୁଣ୍ଟି ଥାନା ୨୨୩/୨୨ ଅନୁଯାୟୀ ଏକ ମାମଲା ରୁଜୁସହ 379 ଦଫା ଲଗାଇ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଟଙ୍କଧର ଭୋଇ ସୂଚନା ଦେଇଛନ୍ତି ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ୨୫ ବର୍ଷ ଧରି ହଜାର ହଜାର ଏକର ଜମି ଆନ୍ଧ୍ର ଡାକ୍ତରଙ୍କ ହାତରେ ,  ଏକରକୁ ବାର୍ଷିକ ମିଳୁଛି ମାତ୍ର ୪ହଜାର ରୁ ୬ହଜାର ଟଙ୍କା

Sunil Chandra Nayak

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

Leave a Comment

error: Content is protected !!