ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସମ୍ପର୍କ ,ରାଉରକେଲାର ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

ରାଉରକେଲା/ ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଓଡ଼ିଶାର ସୁପ୍ରସିଦ୍ଧ ଜ୍ଯୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖର ଙ୍କ ଜୀବନୀ ଆଧାରିତ ଓଡିଆ ଭାଷାର ପ୍ରଥମ ନାଟକ ‘ସାମନ୍ତ ଚନ୍ଦ୍ରଶେଖର ‘ ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନ ନୟାଗଡ ର ଖଣ୍ଡପଡ଼ାରେ ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଘଟିକାରେ ମଞ୍ଚସ୍ଥ କରିବାକୁ ଯାଉଛି ।

ଯେଉଁ ଜ୍ଯୋତିର୍ବିଜ୍ଞାନୀ ଙ୍କ ନିର୍ମିତ ପଞ୍ଜିକା ଅନୁସାରେ ଆଜି ବି ଶ୍ରୀ ଜଗନ୍ନାଥ ଙ୍କ ନୀତି ସମ୍ପନ୍ନ ହେଉଛି , ପ୍ରତ୍ୟେକ ଓଡ଼ିଆ ପରିବାର ଯାହାଙ୍କର ପାଞ୍ଜି ଅନୁସାରେ ବିବାହ ବ୍ରତ ପୂଜା ପାର୍ବଣ ପାଳନ କରୁଛନ୍ତି, ଯିଏ କୌଣସି ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର ନ କରି ଖାଲି ଆଖିରେ କେଇ ଖଣ୍ଡପଡ଼ାର ବାଉଁଶ ଓ କାଠ ନିର୍ମିତ ଯନ୍ତ୍ର ସାହାଯ୍ଯ ରେ ଆକାଶକୁ ନିରୀକ୍ଷଣ କରି ଗ୍ରହ ନକ୍ଷତ୍ର ମାନଙ୍କର ସଠିକ ସ୍ଥିତି ବିଷୟରେ ଅଢେଇ ହଜାର ଶ୍ଳୋକରେ ‘ସିଦ୍ଧାନ୍ତ ଦର୍ପଣ ‘ ନାମରେ ବିରାଟ ଗ୍ରନ୍ଥ ରଚନା କରିଯାଇଛନ୍ତି ,ଯିଏ ଜୀବନ ସାରା ଦୀନ ଦରିଦ୍ର ଙ୍କୁ ସେବା କରି କରି ନିଜେ ଦରିଦ୍ର ହୋଇ ଯାଇଛନ୍ତି ,ରାଜବଂଶ ରେ ଜନ୍ମ ହୋଇ ଥିଲେ ବି ଯିଏ ରାଜାଙ୍କ ରୋଷର ଶିକାର ହୋଇ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହୋଇ ଥିଲେ ବି ଇଂରେଜ ଅଫିସର ଙ୍କ ଆଗରେ ଓଡିଆ ରାଜା ଓ ଜାତିର ଅପମାନ ର ଘୋର ବିରୋଧ କରିଛନ୍ତି ସେହି ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ମହାପୁରୁଷ ପଠାଣି ସାମନ୍ତଙ୍କ ତ୍ଯାଗ ନିଷ୍ଟୁର ଦରଦଭରା ଜୀବନୀକୁ ସାଂପ୍ରତିକ ଯୁବସମାଜ କୁ ଅବଗତ କରାଇବା ଉଦ୍ଦେଶ୍ଯ ରେ ସମ୍ପର୍କ ରାଉରକେଲା ଏହି ନାଟକକୁ ପ୍ରଥମେ ଭୁବନେଶ୍ବର ର ଭଞ୍ଜ କଳା ମଣ୍ଡପ ରେ ମଞ୍ଚସ୍ଥ କରିଥିଲା । ନାଟକଟି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ବେଳେ ଏବେ ଖଣ୍ଡପଡ଼ା ମହୋତ୍ସବର କର୍ମକର୍ତ୍ତାଙ୍କ ନିମନ୍ତ୍ରଣ କ୍ରମେ ଉକ୍ତ ନାଟକ ଖଣ୍ଡପଡ଼ାରେ ମଞ୍ଚସ୍ଥ ହେବ । ପରେ ପାଟନା ବିହାର , ବର୍ଦ୍ଧମାନ ପଶ୍ଚିମବଙ୍ଗ, ସି ରାଉରକେଲାର ସିଭିକ ସେଣ୍ଟର୍ ଠାରେ ଉକ୍ତ ନାଟକକୁ ମଞ୍ଚସ୍ଥ କରିବାର ଯୋଜନା କରାଯାଇଛି । ଏହି ନାଟକୁ ରଚନା କରିଛନ୍ତି ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ଅଭିନୟ ରେ ଅଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର, ନୃସିଂହ ଚରଣ ମହାନ୍ତି, ବିଜୟ କୁମାର ପାତ୍ର, ସୁରେନ୍ଦ୍ର ପାଢୀ, ତ୍ରିପତି ନାରାୟଣ ମିଶ୍ର, ପ୍ରଳୟ ଶତପଥୀ, ପ୍ରଜ୍ଞାନନ୍ଦ ମହାନ୍ତି, ପୁଷ୍ପ ଲତା ବିଷୋଇ, ସୁଦେଷ୍ଣା ରାଣୀ ରାଉତ ଓ ସୁରଭି ରଣା । ଏହାକୁ ସଙ୍ଗୀତ ରେ ସଜାଇ ଛନ୍ତି ଶକ୍ତିପ୍ରସାଦ ମିଶ୍ର ବୋଲି ନାଟ୍ଯକାର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“କାନ୍ଦ ମାଷ୍ଟ୍ରେ” ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଓ ଟ୍ରେଲର ରିଲିଜ୍ 

Sunil Chandra Nayak

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ

masiha

ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

Sunil Chandra Nayak

Leave a Comment

error: Content is protected !!