ମୟୂରଭଞ୍ଜ ୨୫ /୧୨/୨୨- (ମସିହା) ମୟୂରଭଞ୍ଜ ଜିଲ୍ଲା, ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ NH 49 ବିଶୋଇ ବ୍ଲକ ନିକଟରେ ଆଜି ଅପରାହ୍ନ ପାଖାପାଖି ତିନି ଘଟିକା ସମୟରେ ମୁମ୍ବାଇ ରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇଟ୍ରୋକ୍ MH46BN7155 ବ୍ଲକ ଛକ ନିକଟରେ ଥିବା ହମସ ପାର ହେଉଥିବା ସମୟରେ ଟ୍ରକର ପଛ ଚକରେ ଅଜଣା କିନ୍ନର ପଡ଼ି ଯାଇଥିଲେ , ଫଳରେ ତାଙ୍କର ଉଭୟ ଗୋଡ଼ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲ । ଉପସ୍ଥିତ ଲୋକ ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଦୁଃଖର ବିଷୟ ରାଇରଙ୍ଗପୁର ନେବା ସମୟରେ ତାଙ୍କର ର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳକୁ ବିଶୋଇ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି। ମୃତ୍ୟୁ ହୋଇଥିବା କିନ୍ନର କଳାରଙ୍ଗର ଲମ୍ବା ହୋଇଥିବା ବେଳେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖି ବାକୁ ମିଳିଛି। ଅଞ୍ଚଳରେ ଲୋକଟି ବିଭିନ୍ନ ବ୍ୟକ୍ତି ଓ ଦୁକାନ ରୁ ଟଙ୍କା ସଂଗ୍ରହ କରି ଖାଦ୍ୟ ପେୟ କରେ । ପୋଲିସ ତଦନ୍ତ ଜାରି ରଖିଛି ।