ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ବ୍ଳକ ସମ୍ମୁଖରେ ଟ୍ରକ ଦୁର୍ଘଟଣାରେ କିନ୍ନର ମୃତ

  ମୟୂରଭଞ୍ଜ ୨୫ /୧୨/୨୨- (ମସିହା) ମୟୂରଭଞ୍ଜ ଜିଲ୍ଲା, ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ NH 49 ବିଶୋଇ ବ୍ଲକ ନିକଟରେ ଆଜି ଅପରାହ୍ନ ପାଖାପାଖି ତିନି ଘଟିକା ସମୟରେ ମୁମ୍ବାଇ ରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇଟ୍ରୋକ୍ MH46BN7155 ବ୍ଲକ ଛକ ନିକଟରେ ଥିବା ହମସ ପାର ହେଉଥିବା ସମୟରେ ଟ୍ରକର ପଛ ଚକରେ ଅଜଣା କିନ୍ନର ପଡ଼ି ଯାଇଥିଲେ , ଫଳରେ ତାଙ୍କର ଉଭୟ ଗୋଡ଼ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲ । ଉପସ୍ଥିତ ଲୋକ ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଦୁଃଖର ବିଷୟ ରାଇରଙ୍ଗପୁର ନେବା ସମୟରେ ତାଙ୍କର ର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳକୁ ବିଶୋଇ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି। ମୃତ୍ୟୁ ହୋଇଥିବା କିନ୍ନର କଳାରଙ୍ଗର ଲମ୍ବା ହୋଇଥିବା ବେଳେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖି ବାକୁ ମିଳିଛି। ଅଞ୍ଚଳରେ ଲୋକଟି ବିଭିନ୍ନ ବ୍ୟକ୍ତି ଓ ଦୁକାନ ରୁ ଟଙ୍କା ସଂଗ୍ରହ କରି ଖାଦ୍ୟ ପେୟ କରେ । ପୋଲିସ ତଦନ୍ତ ଜାରି ରଖିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!