ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

ରାଉରକେଲା/ ହମିରପୁର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ପାଳନ ସହ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ବ ଓ ନିରଞ୍ଜନ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ମହାନ୍ତି, ଜଗଦା ସାଂସ୍କୃତିକ ପରିଷଦ ର ସଭାପତି ପିତାମ୍ବର ଲେଙ୍କା,ପରିଷଦର ଉପସଭାପତି ଦେଓନିସ ଲାକ୍ରା ପ୍ରମୁଖ ଯୋଗଦେଇ ବଡଦିନର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭୁ ଯୀଶୁଙ୍କ ବାଣୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ମଣିଷ ମଣିଷ ମଧ୍ୟରେ ଶାସ୍ବତ ପ୍ରେମ ଓ ଭାଇଚାରା ସହ ନିଜକୁ ମାର୍ଜିତ ତଥା ସଂସ୍କାରିତ ହେଲେ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଡଃ ମଲ୍ଲିକ ହୃଦୟକୁ ସ୍ବଚ୍ଛ କଲେ ଜୀବନ ସଫଳ ହେବ ବୋଲି ମତରଖିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ମହାନ୍ତି, ଶ୍ରୀ ଲେଙ୍କା ଓ ଶ୍ରୀ ଲାକ୍ରା ସେମାନଙ୍କ ବକ୍ତବ୍ଯରେ ପ୍ରେମକୁ ଗୁରୁତ୍ବ ଦେବା ସହ ସମସ୍ତେ ସମସ୍ତଙ୍କ ର ସୁଖଦୁଃଖରେ ସହଭାଗୀ ହେବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବଡଦିନର କେକ କଟାଯାଇଥିବା ବେଳେ ଦେଓନିସ କିଣ୍ଡୋ ବାଇବେଲ ପାଠ କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ଦାସ ସ୍ବାଗତ ଭାଷଣ ଓ ସଭାପତିତ୍ବ ଅଭିଭାଷଣ ରେ ଡଃ ଦତ୍ତ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ସହଭାଗୀତା ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଭାତ ମହାନ୍ତି, ସୁରେଶ ଦଳବେହେରା, ପ୍ରଫୁଲ୍ଲ ଦାସ, ମହେଶ୍ଵର ସାହୁ,ଅମୂଲ୍ୟ ପୁହାଣ, ଅନିଲ କୁମାର ବାଲଚାନ୍ଦନୀ, ବିଷ୍ଣୁଚରଣ ନାୟକ, ଧୀରେନ୍ଦ୍ର ସେନାପତି, ମନୋଜ ସାହୁ, ଅଗସ୍ତି ଦାସ,ଅଧର ବାରିକ, ସୁନିଲ୍ ରାୟ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,କୃଷ୍ଣଚନ୍ଦ୍ର ଧଳ, ହରମୋନ୍ ଲାକ୍ରା,ନିରଞ୍ଜନ ନାୟକ, ସୁରଥ ବାଗ, କାହ୍ନୁ ଚରଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ରିତିକା ପାଢୀ, ସାହିଲ ସେନାପତି କାର୍ଯ୍ୟକ୍ରମରେ ରେ ସହଯୋଗ କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ପୂଣ୍ଯତିଥି ପାଳିତ

masiha

Leave a Comment

error: Content is protected !!