ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା କ୍ରିକେଟ ସଙ୍ଘ ର ଭିଜନ ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

 ନବରଙ୍ଗପୁର–(ମସିହା) ନବରଙ୍ଗପୁର କ୍ରିକେଟ ସଙ୍ଘ ଏବଂ ଓଡିଶା କ୍ରିକେଟ ସଙ୍ଘ ଆନୁକୂଲ୍ୟରେ ଭିଜନ ୨୦୨୪ ନିମନ୍ତେ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୦୨୪ ମସିହା ସୁଦ୍ଧା ବିଭିନ୍ନ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରୁ ଦକ୍ଷ କ୍ରିକେଟ ଖେଳାଳିଙ୍କୁ ଖୋଜି ଖୋଜି ବାହାର କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ଆଗାମୀ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୬ବର୍ଷ ଏବଂ ୧୯ ବର୍ଷରୁ କମ ଖେଳାଳିଙ୍କୁ ନେଇ ଆନ୍ତଃ କ୍ଲବ ଲିଗ ମ୍ୟାଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଆଗାମୀ ଜାନୁଆରୀ ୮ ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରିଷ୍ଠ ବର୍ଗର ଖେଳାଳିଙ୍କୁ ନେଇ ଲିଗ ମ୍ୟାଚ କରାଯିବ। ଏହି ମ୍ୟାଚ ଗୁଡ଼ିକ ଉଭୟ ନବରଙ୍ଗପୁର ଷ୍ଟାଡିୟମ ଏବଂ ସ୍ଥାନୀୟ କଲେଜ ପଡ଼ିଆରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ କ୍ରିକେଟ ସଙ୍ଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପସଭାପତି ଶୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ଵାଲା କୃଷ୍ନା ରାଓ , ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଜାଫର କଦ୍ରିୟ ,ବରିଷ୍ଠ ଖେଳାଳି ସୁନୀଲ ମିଶ୍ର, ପ୍ରମୋଦ କୁମାର ଦାସ, ରମେଶ ସାମନ୍ତରାୟ, ମନୋଜ ସାଧୁ, ଉତ୍ତମ କୁମାର ନାୟକ, ଦେବଦତ୍ତ ସାହୁ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଶଶାଙ୍କ ବେହେରା, ଅଂଶୁମାନ ତ୍ରିପାଠୀ, ଅମିତ କୁମାର ଦାସ ଏବଂ ସମେଶ ନାୟକ ପ୍ରମୁଖ ସଭ୍ୟଙ୍କ ସମେତ ଅନେକ ପ୍ରାକ୍ତନ ଏବଂ ବର୍ତ୍ତମାନର କ୍ରୀଡ଼ାବିତ ବୈଠକରେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

Sunil Chandra Nayak

A Voluntary Blood donation camp organised by BCT at Bhubaneswar.

Leave a Comment

error: Content is protected !!