ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚାପା ରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ 

ଜୁନାଗଡ଼,୨୬/୧୨(ନି.ପ୍ର) ଜୁନାଗଡ଼ ବ୍ଲକ ଚାରବାହଲ ଗ୍ରାମ ଠାରେ ଟ୍ରକ ଚାପା ରେ ଜଣେ ମୃତ ହୋଇଥିବାବେଳେ, ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇ ଜାତୀୟ ରାଜପଥ ଅବରୋଧ କରା ଯାଇଥିଲା।ପ୍ରକାସ ଯେ ଜାତୀୟ ରାଜପଥ ୨୬ ଚାର ବାହାଲ ଷ୍ଟେଟ ବ୍ୟାଙ୍କ ନିକଟରେ ଏକ ମାଲବାହୀ ଟ୍ରକ ଚାପା ରେ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ହୋଇ ଯାଇଛି। ମୃତକ ହେଲେ ବଡ଼ ଟେମରି ଗ୍ରାମ ର ଜଗ ମୋହନ ବିହାରୀ ବୋଳି ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ମୃତକ ଙ୍କ ସମ୍ପର୍କୀୟ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।ଘଟଣାସ୍ଥଳରେ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ଓ ଅନ୍ୟ କର୍ମଚାରୀ ପହଂଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।ମୃତକଙ୍କ ପରିବାର ଓ ସମ୍ପର୍କୀୟ କ୍ଷତିପୂରଣ ଦାବୀ କରି ଜାତୀୟ ରାଜପଥ ଅବରୋଧ କରିବାରୁ ଭବାନୀପାଟଣା ରୁ ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି।ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯନ୍ତ ରାସ୍ତା ଅବରୋଧ ଜାରି ରହିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ 

Sunil Chandra Nayak

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

masiha

କୋକସରା ବ୍ଲକରେ ମୂଳ ନିବାସୀ ମିଳିତ ମହାସଂଘର ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!