ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ଧାନଗଦା ନଷ୍ଟ

ଡ଼ାବୁଗାଁ, ୨୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଗୋଦମାଗୁଡା ଗ୍ରାମରେ ସୋମବାର ଅପରାହ୍ନରେ ନିଆଁ ଲାଗି ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ଗ୍ରାମର ୪ ଜଣ ବ୍ୟକ୍ତିଙ୍କର ୮ ଏକର ଜମିରୁ ଖଳାରେ ଥିବା ୧୦ ଟି ଧାନଗଦା ରୁ କୌଣସି କାରଣ ବଶତଃ ୩ ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା | ଗୋଦମାଗୁଡା ଗ୍ରାମର ଜ୍ୟୋତି ମାଝି, ଘେନୁଆ ମାଝି, ପଦମ ମାଝି ଓ ଚୈତନ ମାଝି ନିଜ ନିଜ ଜମିରୁ ଧାନ ସବୁ କାଟିଆଣି ଘର ପାଖ ଖଳାରେ ଗଦା କରି ରଖିଥିଲେ | ଦୁଃର୍ଭାଗ୍ୟ ବଶତଃ କୌଣସି ସୂତ୍ରରୁ ଧାନ ଗଦା ରେ ନିଆଁ ଲାଗି ଯାଇଥିଲା | ଏହାଦେଖି ଗ୍ରାମବାସୀ ନିଆଁ କୁ ଆୟତ କରିବା ନିମନ୍ତେ ଚେଷ୍ଟା କରିଥିଲେ ପରେ ଡ଼ାବୁଗାଁ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡ ରେ ମୋଟ ୫୦ହଜାର ଟଙ୍କା ର ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଡାବୁଗାଁ ଅଗ୍ନିଶମ ବିଭାଗ ର ଏଲ ଏଫ ଏମ୍ ଉପେନ୍ଦ୍ର ମହାରଣା , ଆଗ୍ନିକ ପ୍ରସନ୍ନ ବିଶ୍ୱାସ , ହିରୋଜ କୁମାର ବେହେରା , ମାନସିଂ ଶବର ଓ ହେମନ୍ତ ମାଝୀ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । କୁ ସୂଚନା ଦେଇଥିଲେ |ଅଗ୍ନିଶମ ଗାଡି ଗ୍ରାମ ରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

masiha

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

Leave a Comment

error: Content is protected !!