ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେପିର ସତ୍ୟାଗ୍ରହ

 ମୟୂରଭଞ୍ଜ – (ମସିହା)୨୬/୧୨/୨୨ରାଜ୍ଯ ସରକାରଙ୍କର କିଛି ବିଧାୟକ, ମନ୍ତ୍ରୀ ନାରୀ ନିର୍ଯାତନା, ଭ୍ରଷ୍ଟାଚାର,ବହୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି ।ରାଜ୍ୟ ସରକାର ସୁଶାସନ ଦେବାରେ ବିଫଳ ହୋଇଛନ୍ତି । ସେମାନଙ୍କ ଉପରେ ସରକାର କୌଣସି ଠୋସ ପଦକ୍ଷେପ ନ ନେଇ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଦଳର ନିଷ୍ପତ୍ତି କ୍ରମେ ସତ୍ୟାଗ୍ରହ ଆନ୍ଦୋଳନର ଡାକରା ଦିଆଯାଇଛି ।ରାଜ୍ୟ ସରକାର ସ୍ମିତା ମେହେର,ପରୀ,ମାହାଙ୍ଗାରେ ନାରୀମାନଙ୍କ ଉପରେ ଅତ୍ୟାଚାର,ହତ୍ୟା, ଧର୍ଷଣ,ଅପହରଣ ଇତ୍ୟାଦି ନେଇ ରାଜ୍ୟ ସରକାରଙ୍କ ନିରଵତାକୁ ବିଜେପି ଭର୍ତ୍ସନା କରିଛି ।ପୁରୀରେ ବିଜେଡି ୨୬ ବର୍ଷର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ବିଜେପି ସାରା ରାଜ୍ୟରେ ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନା, ଦୁର୍ନୀତିକୁ ନେଇ ସତ୍ୟାଗ୍ରହ କରିଛି ।ଆଜି ରାଇରଙ୍ଗପୁର କଚେରୀ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜେପିର ତରଫରୁ ୪ ଘଣ୍ଟିଆ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀ ଇଶାନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିକାଶ ମହାନ୍ତ, ବରୁଣ ଦେ, କିଶୋର‌ରଜକ,ଶିବୁ ଅଗ୍ରୱାଲ,ବିଜୁ ଗୋପାଲ ଗୋପ,ଫାଗୁରାମ ମାର୍ଣ୍ଡୀ, ସଂଜୟ ନାୟକ, ଲାଲା ବାରିକ,ପରମାନନ୍ଦ ବେହେରା,ସାମନ୍ତ ଗିରି,ସରୋଜ ମହାନ୍ତ,ପ୍ରଦୀପ ରାଉତ,ଆଲୋକ ରଂଜନ ମହାନ୍ତ, ଶଶାଙ୍କ ଦାସ, ,କ୍ରୀଷ୍ଣା ସ୍ବାମୀ,ମିଥିଲା ଟୁଡୁ,ସିକନ୍ଦର, ଙ୍କ ସମେତ ବହୁ ଦଳୀୟ କର୍ମୀ ସତ୍ୟାଗ୍ରହରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ନର୍ଲାକୁ ଏନଏସି ଘୋଷଣା ନହେବାରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଙ୍କ କୁଶପୁତ୍ତଳା ଦାହ 

masiha

ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା

masiha

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି ର ବ୍ଲକ୍ ଘେରାଉ

Sunil Chandra Nayak

Leave a Comment

error: Content is protected !!