ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

ଚାରବାହାଲ – ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ଠାରେ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ତା ୨୭/୧୨/ ୨୦୨୨ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁଲାରାମ ମାରାଣ୍ଡି, ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ, ଭିଏସଓ ,ଜିପିଓ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ବ୍ଳକ ସ୍ତରୀୟ ସମସ୍ତ ପଦାଧିକାରୀ ମାନେ ଯୋଗଦେଇଥିଲେ। ଏଥିରେ ଚାରବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧନେର ,ପଖନାଗୁଡା,ମାଳପଡା,ଘୁମେରଗୁଡା ଗ୍ରାମରୁ ବହୁସଂଖ୍ୟାରେ ପୁରୁଷ ଓ ମହିଳା ଆସି ନିଜର ନିଜର ସମସ୍ୟା ବ୍ଳକ ପ୍ରଶାସନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧିକାଂଶ ଅଭିଯୋଗକାରୀ ବାର୍ଦ୍ଧକ୍ୟ ଭତ୍ତା, ବାସଗୃହ,ରାସନ୍ କାର୍ଡ, ପାନୀୟ ଜଳ ବ୍ୟତୀତ ଶିକ୍ଷା,ରାସ୍ତାଘାଟ ସମ୍ପର୍କିତ ଅନେକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନକୁ ସହଯୋଗ କରିବାକୁ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରାମ ନାରାୟଣ ପଣ୍ଡା, ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ, ସ୍ଥାନୀୟ ୱ୍ଵାର୍ଡ ମେମ୍ବର ମାନଙ୍କ ମଧ୍ୟରେ ମଧୁସୂଦନ ତାଣ୍ଡି, ଆଶିଷ କୁମାର ପଣ୍ଡା, ଚନ୍ଦ୍ରଶେଖର କର, ଗୋପାଳ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଆରଏସ୍, ବଳରାମ ହଂସ ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ 

masiha

ଶ୍ରୀ ଉଗ୍ରତରା ପଡ଼ିଆରେ ରାୟଗଡ଼ ବ୍ଲକ ସ୍ତରୀୟ ଚଇତି ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!